
କେନ୍ଦ୍ରାପଡା, ଆଗାମୀ ପୈାର ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଆସନ୍ତା ୨୩ ତାରିଖ ଦୋଳ ପୂର୍ଣ୍ଣମା ଓ ୨୪ ତାରିଖରେ ପୈାର ନିର୍ବାଚନ ଥିବାରୁ ଟାଉନ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ଥିବା ଜଣାପଡିଛି । ଏନେଇ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ପୈାର ନିର୍ବାଚନ କୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ପୋଲିସ ପକ୍ଷରୁ କେନ୍ଦ୍ରାପଡା ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇ ସହରର ମୁଖ୍ୟ ରାସ୍ତା ପରିକ୍ରମା କରାଯାଇ ଥିବା ଜଣାପଡିଛି । ଭୋଟର ମାନେ ଯେଭଳି କୈାଣସି ଭାବରେ ଗଣ୍ଡଗୋଳ ନକରନ୍ତି ସେନେଇ ପୋଲିସ ପକ୍ଷରୁ କଡାକଡି ବ୍ୟବସ୍ଥା କରାଯାଇ ଥିବା ଜଣାପଡିଛି ।