କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ଇନ୍ଦୁପୁରର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜିଲ୍ଲାପାଳ ସମର୍ଥ ବର୍ମା ବୁଧବାର ଅଚାନକ ଗସ୍ତକରି ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟସେବା ଉପରେ ପର୍ଯ୍ୟବେକ୍ଷଣ କରିଥିଲେ । ଶ୍ରୀ ବର୍ମା ପୂର୍ବାହ୍ନରେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚି କର୍ମରତ କର୍ମଚାରୀଙ୍କ ଉପସ୍ଥାନ ଖାତା, ରୋଗୀସେବା ସମ୍ବନ୍ଧରେ ପଚାରି ବୁଝିଥିଲେ । ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସକ ଡା. ଶ୍ରୀକାନ୍ତ ସ୍ୱାଇଁଙ୍କ ସହ ବିଭିନ୍ନ ବିଷୟରେ ଜିଲ୍ଲାପାଳ ଆଲୋଚନା କରିଥିଲେ ।
Related Stories
November 29, 2024