
ଗଞ୍ଜାମ, ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ନିର୍ବାଚନରେ ଭୋଟ୍ ହାତେଇବା ପାଇଁ ଜନୈକ ବିଜେଡ଼ି ପ୍ରାର୍ଥୀ ଖଦାଳ ସାହିରେ ଜଣେ ଠିକାଦାରଙ୍କ ମାଧ୍ୟମରେ ଆଜି ସକାଳେ ମହିଳା ମାନଙ୍କୁ ଶାଢ଼ୀ ବଂଟନ କରିବାକୁ ଯାଉଥିବା ବେଳେ ଖବର ପାଇ ବିଜେପି କର୍ମୀ ମାନେ ସେଠାରେ ପହଂଚି ଶାଢ଼ୀ ବଣ୍ଡଲଗୁଡିକୁ ଜବତ କରିଥିଲେ । ସେମାନେ ଏନେଇ କୋଦଳା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଶାଢ଼ୀ ବଣ୍ଡଲ ଜବତ କରିବା ସହ ଘଟଣାରେ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ।