ଭୁବନେଶ୍ୱର, ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ , ସାମ୍ବାଦିକ ଓ ବିଧାନସଭା କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯିବ । ଆସନ୍ତା ମାର୍ଚ୍ଚ ୨୩ ଓ ୨୪ ତାରିଖରେ ବିଧାନସଭା ପରିସରରେ ବିଧାୟକ, ଗଣମାଧ୍ୟମ ପ୍ରତିନିଧି, ବିଧାନସଭା କର୍ମଚାରୀଙ୍କର କୋଭିଡ ଟେଷ୍ଟ ହେବ ବୋଲି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।
ତେବେ ୨୪ ତାରିଖରେ ପୌର ନିର୍ବାଚନ ଥିବାରୁ ବିଧାୟକ ମାନେ ବ୍ୟସ୍ତ ଅଛନ୍ତି । ତେଣୁ ସେମାନେ ମାର୍ଚ୍ଚ ୨୦, ୨୧ ଓ ୨୨ ତାରିଖରେ ବିଧାୟକମାନେ ଜିଲ୍ଲାରେ ଟେଷ୍ଟ୍ କରାଇ ବିଧାନସଭାକୁ ରିପୋର୍ଟ ଦେବେ । ସେମାନେ ଚାହିଁଲେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇପାରିବେ ବୋଲି ବାଚସ୍ପତି କହିଛନ୍ତି ।
ସୂଚନାଯୋଗ୍ୟ ଯେ ଆସନ୍ତା ମାର୍ଚ୍ଚ ୨୫ ତାରିଖରୁ ଓଡିଶା ବିଧାନସଭା ଅଧିବେଶନ ଆରମ୍ଭ ହେବ ।