ଭୁବନେଶ୍ୱର – କ୍ରମବର୍ଦ୍ଧିଷ୍ଣୁ ସହର ପରିସୀମା, ଜନ ସଂଖ୍ୟା, ଟ୍ରାଫିକ, ଲୋକଙ୍କର ଗମନା ଗମନ ଏବଂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସାଧାରଣ ପରିବହନ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ମୋ ବସ ଯୋଜନାର ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୋ ବସ୍ ବର୍ତମାନ ଲୋକଙ୍କର ଭରସା ହୋଇପାରିଛି । ଗୋଟିଏ ଦିନରେ ୧ ଲକ୍ଷ ଲୋକଙ୍କୁ ସେବା ଯୋଗାଇ ଦେଇ ପାରୁଛି । ଏହି ସଫଳତା ପାଇଁ ସହରବାସୀ ଅଭିନନ୍ଦନ ଜଣାଇଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସହର ମାନଙ୍କରେ ଜନ ସଂଖ୍ୟା, ଟ୍ରାଫିକ, ଲୋକଙ୍କର ଗମନା ଗମନ, ପ୍ରଦୂଷଣ କମ୍ ରହିଥିଲେ ହେଁ ଆମକୁ ସେଥିପାଇଁ ସୁଚିନ୍ତିତ ଯୋଜନା କରିବାକୁ ହେବ । ମୋ ବସ୍ର ସମୟକୁ ଠିକ୍ କରିବାକୁ ହେବ । ସୁରକ୍ଷିତ ଯାତ୍ରାକୁ ନିଶ୍ଚିତ କରିବାକୁ ହେବ । ମୋ ବସ୍ ସେବାକୁ ଆଧୁନିକ ପରିବହନ ସେବା ଭାବେ ଗଢ଼ି ପାରିଛୁ । ଅନ୍ୟ ମେଟ୍ରୋ ସିଟି ମାନଙ୍କଠାରୁ ମଧ୍ୟ ଭଲ ସେବା ଦେଇ ପାରିବା ବୋଲି ମୋର ବିଶ୍ୱାସ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସହରବାସୀଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏୟାରପୋର୍ଟରୁ ମୋ ବସରେ ଟିକେଟ କାଟି ଜୟଦେବ ଭବନ ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ସଭା ହୋଇଥିଲା ।
Related Stories
November 29, 2024