ଧର୍ମଶାଳା,ବିଦ୍ୟୁତ୍ ବିଲ ବକେୟା ଆଦାୟ ପାଇଁ ବିତରଣ କମ୍ପାନୀ ଟାଟାର କର୍ମଚାରୀ ଉପଭୋକ୍ତମାନଙ୍କ ଉପରେ ଜୁଲମ କରୁଥିବା ଅଭିଯୋଗ ହୋଇଛି । ବିଲ ପାଇଁ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରାଯାଉଥିବାରୁ ତିବ୍ର ଅସନ୍ତୋଷ ଦେଖା ଦେଇଛି । କରୋନା ମହାମାରୀ ସମୟରେ କାମଧନ୍ଦା ନ ପାଇ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟୁତ୍ ବିଲ ଦେବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡୁଛି । ଅନ୍ୟପକ୍ଷରେ ତ୍ରୃଟିପୂର୍ଣ୍ଣ ବିଲ ଜାରି କରାଯାଉଥିବାରୁ ଅନେକ ଉପଭୋକ୍ତା ବିଲ ଦେଇପାରୁ ନାହାନ୍ତି । ହେଲେ ବିଦ୍ୟୁତ୍ ବିତରଣ କମ୍ପାନୀ ଏ ସବୁ ଅସୁବିଧାକୁ ଦୂର ନକରି କେବଳ ଅର୍ଥ ଆଦାୟ ଉପରେ ଗୁରୁତ୍ୱ ଦେଉଛି । ପରୋକ୍ଷରେ ବିଦ୍ୟୁତ ସଂଯୋଗ ବିଛିନ୍ନ କରିବାକୁ ଧମକ ଦେଉଛି । ଏଥିପାଇଁ ପୂର୍ବରୁ ନୋଟିସ୍ ଦିଆଯାଉନାହିଁ । ଏହାର ପ୍ରତିବାଦ କଲେ ଆଇନକାନୁନର ଧମକ ଦିଆଯାଉଛି । ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାରର ଏଭଳି ଜନ ବିରୋଧୀ ନୀତିକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରାଯାଉଛି । ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଉଛି ।
Related Stories
November 22, 2024