
ମାଲକାନଗିରି, ନିହାତି ଆବଶ୍ୟକ ନହେଲେ କିଏବା ଡାକ୍ତରଖାନା ଯିବାକୁ ଭଲପାଏ କିନ୍ତୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟ ଏ କ୍ଷେତ୍ରରେ ଏକ ବ୍ୟତିକ୍ରମ । ଆନ୍ତରିକତା ପୂର୍ଣ୍ଣ ଉତ୍ତମ ସେବା ସହ ମିଷ୍ଟଭାଷୀ ଡାକ୍ତର ଓ କର୍ମଚାରୀଙ୍କ ପାଇଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଟାଣି ହେଇ ଆସନ୍ତି ଏଠାକୁ ରୋଗୀ। ଏବେ ଏହାର ସୁନ୍ଦର ପରିବେଶ ପାଇଁ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି ମାଥିଲି ଡାକ୍ତରଖାନା କ୍ଷେତ୍ରରେ। ରୋଗୀ ହୁଅନ୍ତୁ ବା ସାଧାରଣ ଲୋକ ମନକୁ ଟିକେ ହାଲକା କରିବା ପାଇଁ ଭିଡ଼ ଜମାନ୍ତି ଏଠାରେ। ପରିବେଶ ଦେଖି ହୋଇଯାଆନ୍ତି ଆନମନା। ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ସହିତ କସରତ ସାମଗ୍ରୀ ଓ ଚଢ଼େଇ ବସା, ବିସ୍ତୀର୍ଣ୍ଣ ଘାସ ଗାଲିଚା ସହିତ ସନ୍ଧ୍ୟା ସମୟରେ ଆଲୋକରେ ସାଜସଜ୍ଜା ମନମୋହୀ ନିଏ। ଭାବିବାକୁ ବାଧ୍ୟ ହେବେ ସତରେ ଏହା କଣ ଗୋଟେ ମାଲକାନଗିରି ଜିଲ୍ଲାର ସରକାରୀ ଡାକ୍ତରଖାନା ? ତେବେ ଏ ସବୁର ନେତୃତ୍ଵ ନେଇ ଭିନ୍ନ ଏକ ପରିଚୟ ଦେଇଛନ୍ତି ଚର୍ଚ୍ଚାରେ ରହିଥିବା ଚର୍ଚ୍ଚିତ ଚେହେରା ଯିଏକି ଅପହଞ୍ଚ ମାଓ ଇଲାକାରେ ପାହାଡ଼ ଚଢି ସେବା ଯୋଗାଇବା ହେଉ କିମ୍ବା ଦୁଃଖୀ ଗରିବଙ୍କ ସେବା ପାଇଁ ପରିଚିତ ମାଥିଲି ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ଅମିୟ କୁମାର ସ୍ବାଇଁ ।