ପୁରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଇଣ୍ଡିଆନ୍ ରେଡ଼କ୍ରସ୍ ରାଜ୍ୟ ଶାଖା ପକ୍ଷରୁ ପୁରୀଜିଲ୍ଲା ଜୁନିୟର ରେଡ଼କ୍ରସ୍ ର ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ୩୦ ଜଣ ଶିକ୍ଷକଙ୍କୁ ନେଇ ପରାମର୍ଶଦାତା ( କାଉନସେଲର୍) ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ମମତା ମିଶ୍ର ଯୋଗଦେଇ ଏହାକୁ ଉଦଘାଟନ କରିବା ସହିତ ଶିକ୍ଷକ ମାନଙ୍କୁ ଶିକ୍ଷାଦାନ ସହ ସେବା ମନୋଭାବ ପରାୟଣ ହେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନମିତା ପାଣିଗ୍ରାହୀ,JRC ଉପସଭାପତି ରମେଶ ଚନ୍ଦ୍ର ବଳୀୟାରସିଂ, ସେକ୍ରେଟାରୀ ମହେନ୍ଦ୍ର କୁମାର ବିଶ୍ବାଳ ଉପସ୍ଥିତ ଥିଲେ ।ସାଧନକର୍ମୀ ସନ୍ତୋଷ କୁମାର ମହାନ୍ତି ଓ ନିରଞ୍ଜନ କର ଶିବିରାର୍ଥୀ ମାନଙ୍କୁ ରେଡ଼କ୍ରସ୍ ର ଇତିହାସ, ଲକ୍ଷ୍ୟ ଓ ଚିହ୍ନ ର ମହତ୍ତ୍ଵ ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ । ଦ୍ବିତୀୟ ଦିବସର ପ୍ରଥମାର୍ଦ୍ଧରେ ଫାୟାର ଅଫିସର, ପୁରୀ, ସହକାରୀ ମାନଙ୍କ ସହ ଉଦ୍ଧାର ( ରେସ୍କ୍ୟୁ) ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ସାଧନକର୍ମୀ ସତ୍ୟବାଦୀ ଦାଶ, ପୂର୍ଣଚନ୍ଦ୍ର ଜେନା ଓ ଶ୍ରୀ କମଳ କୁମାର ଦାଶ ରେଡ଼କ୍ରସ୍ ର ନୀତି, ରକ୍ତଦାନ ଓ ଫାଷ୍ଟ ଏଡ୍ ସମ୍ପର୍କରେ ଶିକ୍ଷା ଦେଇଥିଲେ । ଏହି ସମସ୍ତ କାର୍ଯ୍ୟ JRCO ଶ୍ରୀ ବିଦ୍ୟାଧର ମିଶ୍ର ପରିଚାଳନା କରିଥିଲେ ।