ବଲାଙ୍ଗିର, ବିଜେଡିର ବଲାଙ୍ଗିର ମୁନିସିପାଲଟି ଅଧ୍ୟକ୍ଷ ପ୍ରାର୍ଥୀ ଶ୍ରୀମତୀ ଲିକା ସାହୁ ତାଙ୍କର ପ୍ରଚାର ଅଭିଯାନକୁ ଜୋରଦାର କରିଥିବା ଦେଖିବାକୁ ମିଳିଛି। ଆଜି ୪ ନମ୍ବର ୱାର୍ଡ ଅନ୍ତର୍ଗତ ଠିକାଦାର ପଡାରେ ତାଙ୍କର ପ୍ରଚାର ପାଇଁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ, ଯୁବନେତା ଆର୍କେଷ୍ ନାରାୟଣ ସିଂହଦେଓ ପ୍ରଚାର ଉଦ୍ଦେଶ୍ଯରେ ବିଭିନ୍ନ ରାସ୍ତାରେ ଘରକୁ ଘର ବୁଲି ଶ୍ରୀମତୀ ସାହୁ ଓ ୪ ନମ୍ବର ୱାର୍ଡ଼ କାଉନ୍ସିଲର ପ୍ରାର୍ଥୀ ଅସ୍ଵିନୀ କୁମାର ପୁଟେଲଙ୍କ ପାଇଁ ଭୋଟ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ବଲାଙ୍ଗୀର ସହରରେ ଉନ୍ନତି ସହିତ ସମାଜ ସଂସ୍କାର, ନବୀନ ବାବୁଙ୍କ ସ୍ଵପ୍ନକୁ ସାକାର କରିବା ପାଇଁ ବିଜୁ ଜନତା ଦଳର ସପକ୍ଷରେ ନିଜ ଭୋଟ ଦେବାକୁ ସେମାନେ ଅନୁରୋଧ କରିଥିଲେ। ଠିକାଦାର ପଡାର ବାସିନ୍ଦା ମାନଙ୍କର ମୌଳିକ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବେ ବୋଲି କହିଥିଲେ। ସ୍ଥାନୀୟ ନେତା ତଥା ପୂର୍ବତନ କାଉନସିଲର ଧୃବ ଜୁଏଡ, ପ୍ରବିଣ ମିଶ୍ର, ପ୍ରଦ୍ୟୁତ ମିଶ୍ର ପ୍ରମୁଖ ତାଙ୍କର ସହିତ ପ୍ରଚାରରେ ଥିଲେ।
Related Stories
November 22, 2024