
ଦିଲ୍ଲୀ, ଦିଲ୍ଲୀରେ ଗତ ୨୪ ଘଂଟାରେ ୧୪୪ ନୂଆ କରୋନାର ମାମଲା ସାମନାକୁ ଆସିଛି । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୦ ହୋଇ ଯାଇଛି ।
ତାମିଲନାଡୁରେ ଗତ ୨୪ ଘଂଟାରେ ୭୨ କରୋନାର ନୂଆ ମାମଲା
ଚେନ୍ନାଇ , ତାମିଲନାଡୁରେ ଗତ ୨୪ ଘଂଟାରେ ୭୨ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ଜଣଙ୍କର ହେଲେ ମୃତ୍ୟୁ ଘଟି ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୮୭୩ ହୋଇଛି ।
ଆସାମରେ ଗତ ୨୪ ଘଂଟାରେ କରୋନାର ଗୋଟିଏ ହେଲେ ମାମଲା ନାହିଁ
ଦିସପୁର, ଆସାମରେ ଗତ ୨୪ ଘଂଟାରେ କରୋନାର ଗୋଟିଏ ହେଲେ ମାମଲା ସାମନାକୁ ଆସି ନାହିଁ । ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩ ହୋଇଛି । ରାଜ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।