ବାଲେଶ୍ୱର/ଭଦ୍ରକ, ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡବ୍ଲୁ) ୨ ଡିଭିଜନ ସହକାରୀ ଯନ୍ତ୍ରୀ ପ୍ରମୋଦ ବେହୁରିଆଙ୍କ କାର୍ଯ୍ୟାଳୟ, ବାସଭବନ ସମେତ ମୋଟ୍ ୫ଟି ସ୍ଥାନରେ ଆଜି ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଛି । ଭଦ୍ରକର ୪ଟି ସ୍ଥାନରେ ଏବଂ ବାଲେଶ୍ୱରର ଗୋଟିଏ ସ୍ଥାନରେ ଚଢ଼ଉ ହୋଇଛି । ଭଦ୍ରକ ସହର ବାଗୁରାଇରେ ତାଙ୍କର ଏକ ତିନି ମହଲା ଏବଂ ଆଉ ଏକ ୨ ମହଲା ବିଶିଷ୍ଟ କୋଠା ରହିଛି । ଗୋଟିଏ କ୍ୟାମ୍ପସରେ ଏହି ଦୁଇଟି ଯାକ ଘର ରହିଛି । ସେହିପରି ଭଦ୍ରକ ମଧୁସୂଦନନଗର ସ୍ଥିତ ପୈତୃକ ଘର, ମାର୍କେଟ କମ୍ପେ୍ଲକ୍ସ, ବାସୁଦେବପୁର ସ୍ଥିତ ସମ୍ପର୍କିୟଙ୍କ ଘର ଏବଂ ବାଲେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଚାଲିଛି ଚଢ଼ଉ । ତାଙ୍କ ଘରୁ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା ଜବତ ହୋଇଛି ।
ଏହ ଚଢ଼ଉରେ ଜଣେ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ସାମିଲ୍ ଅଛନ୍ତି । ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ