-
ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଂଚଳର ବୀରେନ୍ଦ୍ର ନାହାକ ନାମକ ଜଣେ ବ୍ୟକ୍ତି ୨୦୧୫ ଅକ୍ଟୋବର ୧୦ ତାରିଖରେ ଜଣେ ୩ ବର୍ଷିୟା ଶିଶୁକନ୍ୟାକୁ ନିକଟସ୍ଥ ଏକ ବିଦ୍ୟାଳୟ ପରିସରକୁ ନେଇ ଯୌନ ନିର୍ଯାତନା ଦେଇଥିଲେ । ଶିଶୁକନ୍ୟା ଘରକୁ ଫେରି ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ରମ୍ଭା ଥାନାରେ ଏନେଇ ଲିଖିତ ଅଭିଯୋଗ ଦାୟର୍ ହୋଇଥିଲା । ଘଟଣାରେ ଅଭିଯୁକ୍ତ ବୀରେନ୍ଦ୍ରକୁ ଗିରଫ କରି କୋର୍ଟଚାଲାଣ କରିଥିଲା ପୋଲିସ । ତେବେ ମାମଲାରେ ୧୫ ଜଣ ସାକ୍ଷୀଙ୍କ ବୟାନ୍ ରେକର୍ଡ଼ ହୋଇଥିଲା । ଏହି ସାକ୍ଷୀଙ୍କ ବୟାନକୁ ନେଇ ବ୍ରହ୍ମପୁର ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ଜଜ୍ ଅଭିଯୁକ୍ତ ବୀରେନ୍ଦ୍ରକୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି । ସାକ୍ଷ୍ୟ ପ୍ରମାଣ ଅଭାବରୁ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।