କେନ୍ଦ୍ରାପଡ଼ା – ଚକବନ୍ଦୀ କାମ ନସରୁଣୁ କ୍ୟାମ୍ପ ଉଠାଇବାକୁ ମସୁଧା କରାଯାଉଥିବା ଜଣାପଡିବା ପରେ  ଗ୍ରାମବାସୀମାନେ ଏହାର ପ୍ରତିବାଦ କରିଛନ୍ତି । ଏ ନେଇ ଏକ ଲିଖିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।  କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅଧିନ ବଳଭଦ୍ରପୁର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେେ ଚାଲୁଥିବା ଚକବନ୍ଦୀ କ୍ୟାମ୍ପକୁ ନଉଠାଇବାକୁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କଠାରେ ଦାବି କରିଛନ୍ତି । ଦାବୀ ମୁତାବକ ଦୀର୍ଘଦିନ ହେବ ସ୍ଥାନୀୟ ଅଂଚଳର ଚାଷଜମି ଚକ ନିର୍ଣ୍ଣୟ କରିବା ପାଇଁ ଆର୍.ଆଇ ଅଫିସ୍ରେ ଚକବନ୍ଦୀ କ୍ୟାମ୍ପ କରାଯାଇଥିଲା । ସ୍ଥାନୀୟ ଅଂଚଳର ସମସ୍ତ ଜମିର ଚକ କାମ ସରିନଥିବାବେଳେ ଏହି କ୍ୟାମ୍ପକୁ କେନ୍ଦ୍ରାପଡା ଟାଉନ୍ର ମାଧପୁରରେ ଥିବା ସି.ଓ ଅଫିସ୍କୁ ସ୍ଥାନାନ୍ତରୀତ କରାଯିବାକୁ ଉଦ୍ୟମ କରାଯାଉଥିବା ଜଣାପଡିଛି । ଏହା ଜାଣିବା ପରେ ସ୍ଥାନୀୟ ଅଂଚଳର ବାସିନ୍ଦାମାନେ ଜିଲ୍ଲାପାଳଙ୍କୁ ଭେଟି ଏହି ଅଂଚଳର ବୟସ୍କ, ବୃଦ୍ଧ, ବୃଦ୍ଧା ତଥା ଗରିବ ଶ୍ରେଣୀର ଲୋକମାନେ ନିଜ ଜମିଜମା ସମ୍ବନ୍ଧୀୟ ଚକ କଥା ବୁଝିବା ପାଇଁ ପ୍ରାୟ ୩୦ କିଲୋମିଟର ଯିବା ଆସିବା କରିବା ସହ ନାନା ଅସୁବିଧା ଓ ଖର୍ଚ୍ଚାନ୍ତ ହେବାର ଆଶଙ୍କା ଦେଖାଦେଇଛି । ଏହାକୁ ନଉଠାଇବା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଗ୍ରାମର ସେକ୍ ସାହାଉଦ୍ଦିନ୍, ଗୈାରହରୀ ଜେନା, ଅମ୍ବିକା ପ୍ରସାଦ ଭୂୟାଁ, ମହେଶ୍ୱର ଜେନା ପ୍ରମୁଖ ଦାବି କରିଛନ୍ତି ।
                            
                        
	                    Related Stories
                        
            
                
                            
                    
                        October 30, 2025            
            
            
                                    
            
                        
                                
                            
 
                    







