କନ୍ଧମାଳ,କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ମୁନିସିପାଲିଟି ଓ ବାଲିଗୁଡ଼ା ଏନଏସି ଏବଂ ଜି. ଉଦୟଗିରି ଏନଏସି ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ପ୍ରଚାର ଜୋରଦାର ହେଉଛି। ମନ୍ତ୍ରୀ ପ୍ରତାପ ଜେନା ଓ ସାଂସଦଙ୍କ ନେତୃତ୍ଵରେ ପ୍ରଚାର ଜୋରଦାର ଚାଲିଥିବା ବେଳେ ସମସ୍ତ ୱାର୍ଡ଼ରେ ବୁଲି ସାଧାରଣ ସଭା କରିବା ସହିତ ଘର ଘର ବୁଲି ପ୍ରଚାର ଚାଲିଛି। ଫୁଲବାଣୀ ଅଧକ୍ଷା ପ୍ରାର୍ଥୀ ପୁନମ୍ କହଁରଙ୍କ ସମେତ ୧୩ ଟି ୱାର୍ଡ଼ରେ ପ୍ରଚାର ଜୋରଦାର ହେଉଛି ତେବେ ଆସନ୍ତା ୨୦ ତାରିଖରେ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରଚାର ମଇଦାନକୁ ଓହ୍ଲାଇବେ । ପଦ୍ମନାଭଙ୍କ ବ୍ୟକ୍ତିଗତ ଭୋଟ ବହୁତ। ତାଙ୍କ ଗଡ଼ ଭାବେ ପରିଚିତ ଫୁଲବାଣୀର ଅନେକ ଅଂଚଳ ତାଙ୍କୁ ବହୁତ୍ ସ୍ନେହ ଓ ଆଦର ଦେଇଛି ସେ ପ୍ରଚାର କଲେ ବିଜୟ ସୁନିଶ୍ଚିତ ବୋଲି ନେତାଠୁ କର୍ମୀ ସମସ୍ତେ ଭରସା କରୁଛନ୍ତି। ସେଥିପାଇଁ ସେ ମନ୍ତ୍ରୀ ଓ ସାଂସଦ। ବିଧାୟକଙ୍କ ସମେତ ସମସ୍ତ ନେତା କର୍ମୀ ମାନଙ୍କୁ ନେଇ ସବୁ ୱାର୍ଡ଼ରେ ଭୋଟ ମାଗିବେ ବୋଲି ସୂଚନା ମିଳିଛି। ଲଗାତାର ମନ୍ତ୍ରୀ ପ୍ରତାପ ଜେନା ଓ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ସହପ୍ରଭାରୀ କିଶୋର ମେହେର, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ଓ ସାଂସଦ ପ୍ରତିନିଧି ଈଶ୍ଵର ନାୟକ, ଛାତ୍ର ସଭାପତି ସୁନିଲ ସେଠୀ ଯୁବ ସଭାପତି ବିଷ୍ଣୁ ମଲିକ, ସଂଖ୍ୟାଲଘୁ ନେତା ୟାସିନ ବେଗ୍ ସମେତ ସମସ୍ତେ ପ୍ରଚାର କାମରେ ଲାଗିଛନ୍ତି। ଆଗକୁ ପ୍ରଚାର ଆହୁରି ଜୋରଦାର ହେବ ବୋଲି ଜିଲ୍ଲା ବିଜେଡ଼ି ପକ୍ଷରୁ ଜଣାପଡିଛି।
Related Stories
November 1, 2024