ଭୁବନେଶ୍ୱର, ସହରରେ ବିକଟାଳ ଶବ୍ଦ କରୁଥିବା ବୁଲେଟ ସାଇଲେନସର ଜବତ ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ଗାଡି ପାର୍ଟସ୍ ସୋ ରୁମ୍ ରେ ଚଢାଉ କରାଯାଇଛି । ଚଢାଉ ବେଳେ ପୋଲିସ୍ ୫୧ଟି ସାଇଲେନ୍ସର ଜବତ କରିଛି । କମିଶନରେଟ୍ ପୋଲିସ୍ ର ଏକ ସ୍ୱତନ୍ତ୍ର ଟିମ୍ ପଟିଆ ଛକରେ ଥିବା ବନଦୁର୍ଗା କାଇନେଟିକ ୱାଲର୍ଡ , ଅରମାନ ବାଇକ ୱାଲର୍ଡ ସ୍ପେଆର୍ ପାର୍ଟସ ସୋରୁମରେ ଚଢ଼ାଉ କରିଛି । ପଟିଆ ବନଦୁର୍ଗା କାଇନେଟିକ ୱାଲର୍ଡରୁ ୨୧ଟି ଓ ଡମଣା ଅରମାନ ବାଇକ ୱାଲର୍ଡରୁ ୩୦ଟି ବିକଟାଳ ଶବ୍ଦ କରୁଥିବା ସାଇଲେନସର ଜବତ କରିଛି କମିଶନରେଟ୍ ପୋଲିସ୍ ।
ସୂଚନାଯୋଗ୍ୟ, ଏଭଳି ବିକଟାଳ ଶବ୍ଦ କରୁଥିବା ବାଇକ ଓ ବୁଲେଟ ଚଲାଇବା ଉପରେ କମିଶନରେଟ୍ ପୋଲିସ୍ ରୋକ ଲଗାଇ ଥିଲା । ଏହି ପରିପ୍ରେକ୍ଷୀରେ କିଛି ଦିନ ହେବ ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ ପାଇଁ ରାଜଧାନୀରେ କିଛି ଗାଡ଼ି ଜବତ ବି ହୋଇଥିଲା । ଏବେ ବିକଟାଳ ଶବ୍ଦ କରୁଥିବା ସାଇଲେନସର ବିକ୍ରି ଉପରେ ରୋକ ଲଗାଇବାକୁ କମିଶନରେଟ୍ ପୋଲିସ୍ ଉଦ୍ୟମ ଆରମ୍ଭ କରିଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶ କ୍ରମେ ବିକଟାଳ ଶବ୍ଦ କରୁଥିବା ବୁଲେଟ ସାଇଲେନସର ଜବତ ପାଇଁ ଏହି ଚଢ଼ାଉ ଚାଲିଛି ।