
ଭଦ୍ରକ – ଆମ ସମାଜରେ ବହୁ ବ୍ୟକ୍ତି ନିଜ ନିଜ ପୁତ୍ର ଓ କନ୍ୟାଙ୍କ ଜନ୍ମକୁ ବହୁ ଆଡମ୍ବର ସହକାରେ ପାଳନ କରିଆସୁଥିବାବେଳେ ଅନେକ କନ୍ୟା ଜନ୍ମ ହେଲେ ଦୁଃଖରେ ଭାଙ୍ଗିପଡନ୍ତି। ମାତ୍ର ଭଦ୍ରକ ସହରର ବଙ୍କସାହିର ଏଭଳି ଜଣେ ଯୁବକ ହେଲେ ଶ୍ରୀହରି ଦାସ। ଯିଏ ନିଜ କନ୍ୟା ଜନ୍ମହେବାର ଏକୋଇଶିଆ ପାଳନ ଅବସରରେ ବୃକ୍ଷରୋପଣ ସହ ଚାରା ବନ କରିଛନ୍ତି। ଏଥିସହ ଅନାଥାଶ୍ରମକୁ ଯାଇ ଛୋଟ ଛୋଟ ପିଲାମାନଙ୍କୁ ଫଳ ବାିଛନ୍ତି। ଏ ସଂପର୍କରେ ଶ୍ରୀ ଦାସଙ୍କ କହିବା ମୂଳେ ଫନି ମହାବାତ୍ୟାର ବିଭୀଷିକା ତାଙ୍କୁ ଆନ୍ଦୋଳିତ କରିଥିଲା। ଏଥିରେ ବହୁ ବିଶାଳ ଗଛ ଭାଂଗି ଅନେକ କ୍ଷୟକ୍ଷତି ହୋଇଥିଲା। ସେହିଦିନରୁ ସେ ବୃକ୍ଷରୋପଣ ଦିଗରେ ଲୋକଙ୍କ ମଧ୍ଯରେ ସଚେତନତା ସୃଷ୍ଟି କରିଆସୁଛନ୍ତି। ଅଦ୍ୟାବଧି ସେ ପରିବେଶର ସୁରକ୍ଷା ପାଇଁ ନିଜ ଗ୍ରାମରେ ୫ ଶହରୁ ଉଦ୍ଧ୍ର୍ବ ଗଛ ଓ ଚାରା ଲଗାଇବା ସହ ବନ କରି ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିଛନ୍ତି। ତେବେ ନିଜ କନ୍ୟାର ଏକୋଇଶିଆ ପାଳନ ଅବସରରେ ତାଙ୍କର ଏଭଳି ମହତ୍ କାର୍ଯ୍ୟକୁ ସହରବାସୀ ପ୍ରଶଂସା କରିଛନ୍ତି।