ପ୍ରଦୂଷିତ ତାଳବଣିଆ ର ପରିବେଶ ସୁଧାରିବାକୁ ସଫେଇ ଅଭିଯାନ ଜାରିରଖିଛି “ଉମ୍ମିଦ ଫାଉଣ୍ଡେସନ”। ପ୍ରତି ରବିବାର ଅନୁଷ୍ଠିତ “ଆମ ପରିବେଶ ଆମ ଦାୟିତ୍ବ” କାର୍ଯ୍ୟକ୍ରମ ରେ ଆଜି ଯୋଗ ଦେଇଥିଲେ ପୁରୀ ସହରର ଯୁବ ଗୋଷ୍ଠୀ, ବୁଦ୍ଧିଜୀବୀ ଓ ଶିଶୁମାନେ। ଶିଶୁ ମାନଙ୍କ ସଚେତନତା କୁ ସବୁରି ମୁହଁରେ ଥିଲା ପ୍ରସଂଶା। ଏମ୍ କେ ଜୁଡ ଗ୍ରୁପ ର କୁନି କୁନି ଖେଳାଳି ମାନେ ବାଘ, ଭାଲୁ, ହରିଣ ଓ ମାଙ୍କଡ଼ ବେଶ ଧାରଣ କରି ତାଳବଣିଆ ବଞ୍ଚାଅ ଡାକରା ଦେଇଥିଲେ। ଆବର୍ଜନା ଭର୍ତି ତାଳବଣିଆ ଜଙ୍ଗଲ ବୁଲିବା ସହ ଜଙ୍ଗଲ ବଞ୍ଚାଇବାକୁ ଅନୁରୋଧ କରିଥିଲେ। ମାଙ୍କଡ଼ ଗଛରେ ଝୁଲି ପରିବେଶ ବଞ୍ଚାଅ ବାର୍ତ୍ତା ଦେଇଥିଲା। ଶିଶୁ ମାନେ ହରିଣ, ବାଘ, ଭାଲୁ, ମାଙ୍କଡ଼ ବେଶ ଦ୍ଵାରା ଜଙ୍ଗଲରେ ବୁଲି ଲୋକଙ୍କୁ ଅନୁରୋଧ କରିଥିଲେ ତାଳବଣିଆ ର ମଧୁର ଜଳ ସୁରକ୍ଷା କରିବାକୁ। ରାସ୍ତାରେ ହୋଇଥିଲା ଲାଇଭ ଡ୍ରାମା ହରିଣ ମାନେ ଦ୍ରୁତ ଗାମୀ ଗାଡି ସମ୍ମୁଖକୁ କୁ ଆସି ଆହତ ହୋଇଛନ୍ତି। ଆହତ ହରିଣ କୁ ଘେରି ତାଙ୍କ ସାଙ୍ଗ ସାଥି ରହିଥିଲେ। ଇଣ୍ଡୋର୍ ଷ୍ଟାଡିୟମ୍ ଆଥଲେଟିକ୍ସ ର ସଭ୍ୟ ସଭ୍ୟା ମିଶି ତାଳବଣିଆ ବଞ୍ଚାଅ ମିସନ୍ ରେ ସାମିଲ ହେବାକୁ ଆହ୍ଵାନ ଦେଇଥିଲେ।
Related Stories
November 23, 2024