
ନୂଆଦିଲ୍ଲୀ, ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହେବ । ବିଜେପି ପକ୍ଷରୁ ଜଣାଯାଇଛି ଯେ, ଦଳ ଏହାର ସମସ୍ତ ରାଜ୍ୟସଭା ଓ ଲୋକସଭା ସାଂସଦଙ୍କୁ ଏହି ବୈଠକରେ ଉପସ୍ଥିତ ରହିବାକୁ ବାଧ୍ୟତାମୂଳକ ଭାବେ କହିଛି ।
ସୂଚନା ଅନୁସାରେ ହୋଲି (ମାର୍ଚ୍ଚ ୧୮) ପରେ ଚାରିଟି ରାଜ୍ୟରେ ବିଜେପି ସରକାର ଗଠନ କରିବ । ନିକଟରେ ଉତରପ୍ରଦେଶ, ଉତରାଖର୍ଡ, ଗୋଆ ଏବଂ ମଣିପୁରରେ ବିଜେପି ଜିତିଛି । ଏହି ରାଜ୍ୟ ଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ସ୍ଥିର ହେବ ।
ସୂଚନାଯୋଗ୍ୟ ଯେ, ସଂସଦର ବଜେଟରେ ଦ୍ୱିତୀୟ ଭାଗ ସୋମବାର ଠାରୁ ଆରମ୍ଭ ହୋଇଛି । ଏହା ଏପ୍ରିଲ ୮ରେ ଶେଷ ହେବ ।