ଭୁବନେଶ୍ୱର, ଆସନ୍ତା କାଲିଠୁ ରାଜ୍ୟରେ ବଢିବ ତାତି । କାଲିଠାରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମଲହର ହେବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ନେଇ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସୂଚନା ଅନୁଯାୟୀ ଆସନ୍ତା କାଲି ପଶ୍ଚିମ ଓଡ଼ିଶାର ସୋନପୁର , ବୌଦ୍ଧ ,ବଲାଙ୍ଗିର, ଅନୁଗୁଳ,ନୟାଗଡ, ଖୋର୍ଦ୍ଧା,ବାଲେଶ୍ୱର ଓ ମୟୁରଭଂଜ ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୭ ତାରିଖ ପାଇଁ ସୋନପୁର, ବୌଦ୍ଧ,ବଲାଙ୍ଗିର, ଅନୁଗୁଳ, ନୟାଗଡ଼ , ଖୋର୍ଦ୍ଧା , ବାଲେଶ୍ୱର,ମୟୁରଭଂଜ,ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୮ ତାରିଖ ପାଇଁ ସୋନପୁର, ବୌଦ୍ଧ,ବଲାଙ୍ଗିର, ଅନୁଗୁଳ,ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାକୁ ଗ୍ରୀଷ୍ମ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଛୋଟ ପିଲା , ବୃଦ୍ଧ ଏବଂ ରୋଗୀଙ୍କ ପାଇଁ ଖରା ଅସହ୍ୟ ହୋଇପାରେ । ପ୍ରବଳ ତାତିକୁ ଦୃଷ୍ଟିରେ ରଖି ଦିନ ୧୧ ଟାରୁ ସାଢେ ୩ଟା ମଧ୍ୟରେ ବାହାରକୁ ଯାଉଥିଲେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।