କନ୍ଧମାଳ , ପୌର ପରିଷଦ ନିର୍ବାଚନ ପ୍ରଚାର ପାଇଁ ଆସି ମନ୍ତ୍ରୀ ପ୍ରତାପ ଜେନା ଅଡୁଆରେ ପଡିଛନ୍ତି । ଫୁଲବାଣୀ ପୌରପରିଷଦ ନିର୍ବାଚନ ରେ ବିଜୁ ଜନତା ଦଳର ଅଧ୍ୟକ୍ଷା ପ୍ରାର୍ଥୀନୀ ଙ୍କୁ ଫୁଲବାଣୀ ୮ ନମ୍ବର ୱାର୍ଡ ରେ ପ୍ରଚାର ପାଇଁ ଯାଇଥିବା ବେଳେ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ଦାୟିତ୍ୱ ରେ ଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଲୋକଙ୍କ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । କନ୍ଧମାଳ ବିଜେଡି ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ନିର୍ବାଚନ ପ୍ରଚାର ସଭାରେ ବିରୋଧ ଫୁଲବାଣୀ ପୌର ପରିଷଦ ୮ ନମ୍ବର ୱାର୍ଡ ନୁଆସାହି ଠାରେ ବିଜେଡି ଅଧ୍ୟକ୍ଷା ଓ କାଉନ୍ସିଲର ପ୍ରାର୍ଥୀ ଙ୍କ ପାଇଁ ଭୋଟ ପ୍ରଚାର ମାଗିବାକୁ ଯାଇ ହଟହଟା ହେଲେ ମନ୍ତ୍ରୀ ପ୍ରତାପ ଜେନା । ୱାର୍ଡରେ ଡ୍ରେନେଜ ଠାରୁ ଆରମ୍ଭ କରି ପାନୀୟଜଳ ର ସମସ୍ୟା ଦିର୍ଘ ୧୦ ବର୍ଷ ଧରି ଅସୁବିଧା ରହିଥିଲେ ସୁଦ୍ଧା ପୂର୍ବତନ ବିଜେଡି କାଉନ୍ସିଲର ଓ ଚେୟାରମ୍ୟାନ ମାନେ କିଛି କାର୍ଯ୍ୟ କରି ନଥିବା ନେଇ ଅଭିଯୋଗ କରିଥିଲେ ଅଂଚଳର ଶତାଧିକ ପୁରୁଷ ଓ ମହିଳା । ଯାହାଫଳରେ ୱାର୍ଡର ମହିଳା ମାନେ ମନ୍ତ୍ରୀ ଙ୍କ ଭାଷଣ ଆରମ୍ଭ ହେଉ ହେଉ ମହିଳା ମାନେ ହୋହାଲ୍ଲା କରିବା ସହିତ ମହିଳା ଅଧକ୍ଷା ଓ କାଉନ୍ସିଲର ଙ୍କୁ ଭୋଟ ଦେବୁନାହିଁ ବୋଲି କହିବା ସହ ବିଜେଡି ପ୍ରାର୍ଥୀନୀ ଙ୍କୁ ଭୋଟ ଦେବେନି ବୋଲି ଖୋଲାଖୋଲି ଭାବରେ କହିଛନ୍ତି ନୁଆସାହି ବାସିନ୍ଦା । ଏହାର ଉତରରେ ମନ୍ତ୍ରୀ ପ୍ରତାପ ଜେନା ସେମାନଙ୍କ ସମସ୍ୟା ର ସମାଧାନ କରାଯିବ ବୋଲି କହିଛନ୍ତି । ଏହି ଅବସରରେ ତାଙ୍କ ସହିତ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ସରୋଜ କର୍ଣ୍ଣଙ୍କ ସମେତ ଅନ୍ୟ କର୍ମକର୍ତା ମାନେ ଯୋଗ ଦେଇଥିଲେ ।
Related Stories
November 23, 2024