
ଧର୍ମଶାଳା, ଯାଜପୁର ଜିଲା ଜେନାପୁର ଥାନା ଅଂଚଳରେ ଅଭାବନୀୟ ଘଟଣା ଘଟିଛି । ଭାଇକୁ ମାରିଲା ଭାଇ । ଟ୍ରକ ଚପାଇ ବଡ ଭାଇକୁ ମାରି ଦେଲା ସାନ ଭାଇ । ଯାହାକୁ ନେଇ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ । ତେବେ ପାରିବାରିକ ଜମି ଜମା ବିଦାଦକୁ ନେଇ ସମ୍ପର୍କୀୟ ବଡଭାଇ ଉପରେ ଟ୍ରକ ଚପାଇ ହତ୍ୟା କରିଛି ସାନ ଭାଇ । ମୃତକ ଜଣକ ହେଲେ ଏହି ଗ୍ରାମର ରଥ ମଲିକଙ୍କ ପୁଅ ଅକ୍ଷୟ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ ଦୀର୍ଘ ଦିନ ଧରି ଦୁଇ ପାରିବାରିକ ମଧ୍ୟରେ ଜମି ବାଡି ବିବାଦ ଲାଗି ରହିଥିଲା । ତେବେ ଗତ କାଲି ରାତିରେ ମୃତ ଅକ୍ଷୟଙ୍କ ବଡବାପାଙ୍କ ପୁଅର ଭାଇ ସୁଶାନ୍ତ ଓରଫ ଅଜୁ ପ୍ରଚୁର ମଦ୍ୟପାନ କରି ଗାଳିଗୁଳଜ କରୁଥିଲା । ସେହି ସମୟରେ ଅକ୍ଷୟ ଘର ବାହାରକୁ ଆସିଥିଲେ । ହଠାତ୍ ସୁଶାନ୍ତ ଚଳାଉଥିବା ଏକ ଡମ୍ପରକୁ ତାହା ଉପରେ ଚଢାଇ ଦେଇଥିଲା । ଅକ୍ଷୟଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଅକ୍ଷୟଙ୍କ ପରିବାର ପକ୍ଷରୁ ଜେନାପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମେଡିକାଲରେ ପଂହଚି ଶବକୁ ଜବତ କରି ତଦନ୍ତ ଚଳାଇଥିଲା । ପୁଲିସ ଅଧିକ ତଦନ୍ତ ପାଇଁ ସାଇଁଟିଫିକ ଟିମର ସହାୟତା ନେଇଛି । ପରେ ପୁଲିସ ଶବ ବ୍ୟବଚ୍ଛେଦ ନିମନ୍ତେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଥିବା ଜଣାପଡିଛି । ଅନ୍ୟ ପକ୍ଷେ ପୁଲିସ ଅଭିଯୁକ୍ତ ସୁଶାନ୍ତକୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି । ତଦନ୍ତ ସରିବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି ।