ନୂଆଦିଲ୍ଲୀ ,ଭୁବନେଶ୍ୱର, ଉତରପ୍ରଦେଶରେ ବିଜେପିର ବିପୁଳ ବିଜୟ ପରେ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାକ୍ଷାତ ଆଲୋଚନା ହୋଇଛି । ସୋମବାର ଅପରାହ୍ଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଦୁଇ ନେତାଙ୍କର ଭେଟ ହୋଇଥିଲା । ଯୋଗୀ ଆଦିତ୍ୟନାଥ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ୍ ହେଲା । କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗରେ ଉତରପ୍ରଦେଶ ସାମଗ୍ରିକ ବିକାଶ ପଥରେ ଅଗ୍ରସର ହେବ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମାର୍ଗଦର୍ଶନରେ ୟୁପିରେ ଐତିହାସିକ ଜନାଦେଶ ପାଇଁ ଯୋଗୀଙ୍କୁ ଶୁଭେଚ୍ଛା । ଯୋଗୀଙ୍କ ପ୍ରଭାବଶାଳୀ ନେତୃତ୍ୱରେ ଉତରପ୍ରଦେଶ ପ୍ରଗତି ଏବଂ ସୁଶାସନର ନୂଆ ଶିଖରକୁ ଛୁଇଁବ ।
ଉତରପ୍ରଦେଶରେ ବିଜେପିର ବିପୁଳ ବିଜୟ ପରେ ହେଲା ଏହା ପ୍ରଥମ ସାକ୍ଷାତକାର ।