
ଭୁବନେଶ୍ୱର, ଜନସଂଖ୍ୟା ଦୃଷ୍ଟିରୁ ଆମ ଦେଶରେ ଡ଼ାକ୍ତରମାନଙ୍କ ଘୋର ଅଭାବ ରହିଛି । ପୃଥିବୀର ଉନ୍ନତ ଦେଶମାନଙ୍କରେ ପ୍ରତି ୨୫୦ଲୋକରେ ଜଣେ ଡ଼ାକ୍ତର ଥିଲାବେଳେ ଆମ ଦେଶରେ ପ୍ରାୟ ହଜାର ଲୋକରେ ଜଣେ ଡ଼ାକ୍ତର ଅଛନ୍ତି । ଅଥଚ ଆମ ଦେଶରେ ଡ଼ାକ୍ତରୀ ପାଠ ପଢିବାର ପର୍ଯ୍ୟାପ୍ତ ସୁଯୋଗ ନାହିଁ । ପୁଣି ଘରୋଇ ମେଡ଼ିକାଲ କଲେଜରେ ଅତ୍ୟଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିବାରୁ ପିଲାମାନେ ବିଦେଶରେ ଡ଼ାକ୍ତରୀ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି । ରୁଷ୍ ଓ ୟୁକ୍ରେନ ଯୁଦ୍ଧ ଯୋଗୁ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି ଓ ଅନେକ ଆହତ ହେବା ସହ ବିପଦକୁ ବରଣ କରି ଦେଶକୁ ଫେରିଥିଲେ ମଧ୍ୟ ଅନିଶ୍ଚିତ ଭବିଷ୍ୟତ ଯୋଗୁ ଘୋର ମାନସିକ ଚାପରେ ଅଛନ୍ତି । ତେଣୁ ଦେଶ ଭିତରେ ସେମାନଙ୍କର ପାଠପଢା ଓ ପରୀକ୍ଷାର ସୁବନ୍ଦୋବସ୍ତ କରିବା ଆମର ନୈତିକ କର୍ତବ୍ୟ ହେବା ଦରକାର । ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓ ପ୍ରଧାନମନ୍ତ୍ରୀ ମୋଦିଜୀ ତୁରନ୍ତ ଏ ଦିଗରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ବାମପନ୍ଥୀ ଦଳମାନେ ଦାବି କରିଛନ୍ତି ।