
ଭୁବନେଶ୍ୱର, ଭୁବନେଶ୍ୱର ମହାନଗର ପୌର ନିର୍ବାଚନ ପରିପ୍ରେକ୍ଷୀରେ୯ନଂ. ୱାର୍ଡର ସିପିଆଇ ପ୍ରାର୍ôଥନୀ ପାର୍ବତୀ ବାରିକଙ୍କ ସମର୍ଥନରେ ସ୍ଥାନୀୟ ମହିଳା ଓ ସାଧାରଣ ବର୍ଗର ଲୋକେ ରାଜୀବ ଆବାସ କଲୋନୀ, ଝରଣା ବସ୍ତି, ଅରବିନ୍ଦ ନଗର ବସ୍ତି, କାଂଚନ ଆପାର୍ଟମେଂଟ ଓ କଲ୍ୟାଣି ବସ୍ତି ଆଦିରେ ପଦଯାତ୍ରାର ଆୟୋଜନ କରିଥିଲେ । ଏଥିରେ ଜୋନ ସମ୍ପାଦକ ସୁର ଜେନା, ଦେବାଶିଷ ପରିଜା, ବଳରାମ ଜେନା, ଶଙ୍କର ବାରିକ, ବିଜୟ ବାରିକ ପ୍ରମୁଖ ବହୁ କର୍ମକର୍ତା ଯୋଗ ଦେଇଥିଲେ ।
ଏହି ଅଂଚଳରେ ମହିଳାମାନଙ୍କ ରୋଜଗାର ପାଇଁ ସ୍ୱତନ୍ତ୍ର ଭାବେ ମହିଳା ମାର୍କେଟ ସ୍ଥାପନ ଓ ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପକ୍କା ଘର ଯୋଗାଇ ଦେବା ନେଇ ନେଇ ବିଭିନ୍ନ ପ୍ଲାକାର୍ଡ ଓ ସ୍ଲୋଗାନ ସହ ପ୍ରାର୍ଥିନୀ ପାର୍ବତୀ ବାରିକ ପ୍ରଚାରପତ୍ର ଦେଇ ଘରକୁ ଘର ବୁଲିଥିଲେ ଓ ଦା’ ଧାନକେଣ୍ଡା ଚିହ୍ନରେ ଭୋଟ ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।