
ଭୁବନେଶ୍ୱର, ଭୁବନେଶ୍ୱରରେ ଥିବା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ନାଇଜର) କଲେଜ କ୍ୟାମ୍ପସରେ ଥିବା ଛାତ୍ରାବାସର ଛାତରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ଜଣକ ହେଉଛନ୍ତି ଛତିଶଗଡ଼ର ପୂଜା ଜେଠୱାନୀ । ସେ ପଦାର୍ଥ ବିଜ୍ଞାନ ବିଭାଗ ପଂଚମ ବର୍ଷର ଛାତ୍ରୀ ଥିଲେ । କୌଣସି କାରଣରୁ ସେ ଦୀର୍ଘଦିନ ଧରି ମାନସିକ ଦୁଶ୍ଚିନ୍ତାରେ ଥିବା କୁହାଯାଉଛି । ସେ ଆଜି ସକାଳେ କଲେଜର ହଷ୍ଟେଲ ଛାତ ଉପରୁ ତଳକୁ ଡେଇଁପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆତ୍ମହତ୍ୟାର ଅସଲ କାରଣ ଜଣାଯାଇନାହିଁ । ଖବର ପାଇ ଜଟଣୀ ଥାନା ଅଧିକାରୀ ଦୟାନିଧି ନାୟକ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।