କୈଳାଶ ଚନ୍ଦ୍ର ପଣ୍ଡା, କଟକ,
ସାକେତ ସତସଙ୍ଗ ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ୪୨ ତମ ନବାହ୍ନ ପରାୟଣ ଜ୍ଞାନଯଜ୍ଞ ମହୋତ୍ସବର ସପ୍ତମ ଦିବସ ଅବସରରେ ବଡମ୍ବା ରଗଡିପଡାର ପ୍ରବକ୍ତା ପଣ୍ଡିତ ସରୋଜ କୁମାର ମହାରଣା ପ୍ରବଚନ ମାଧ୍ୟମରେ ଅରଣ୍ୟ କାଣ୍ଡ, କିସ୍କିନ୍ଧା କାଣ୍ଡ ଏବଂ ସୁନ୍ଦର କାଣ୍ଡ ବ୍ୟାଖ୍ୟା କରିଥିଲେ |
ଅରଣ୍ୟ କାଣ୍ଡ :-
-ମରିଚ ପ୍ରସଙ୍ଗ ଏବଂ ସ୍ବର୍ଣ୍ଣ ମୃଗ ରୂପରେ ମରିଚ ର ମୃତ୍ୟୁ, ସୀତାଜୀ ଙ୍କ ଦ୍ୱାରା ଲକ୍ଷ୍ମଣ କୁ ପଠାଇବା,
-ଶ୍ରୀ ସୀତା ହରଣ ଏବଂ ଶ୍ରୀ ସୀତା ବିଳାପ,
-ଜଟାୟୁ -ରାବଣ ଯୁଦ୍ଧ, ଅଶୋକ ବଟିକା ରେ ସୀତାଜୀ ଙ୍କୁ ରଖିବା,
-ଶ୍ରୀରାମ ଜୀଙ୍କ ବିଳାପ, ଜଟାୟୁ ପ୍ରସଙ୍ଗ, କବନ୍ଧ ଉଦ୍ଧାର,
-ଶବରୀ ଉପରେ କୃପା,
କିସ୍କିନ୍ଧା କାଣ୍ଡ :-
ଶ୍ରୀରାମ ଙ୍କ ସହିତ ହନୁମାନଙ୍କ ମିଳନ ଏବଂ ଶ୍ରୀରାମ -ସୁଗ୍ରୀବ ଙ୍କ ମିତ୍ରତା,
-ସୁଗ୍ରୀବ ଙ୍କ ଦୁଃଖ ପ୍ରକାଶ, ବାଳି ବଦ୍ଧର ପ୍ରତିଜ୍ଞା, ଶ୍ରୀରାମ ଙ୍କ ମିତ୍ର ଲକ୍ଷ୍ମଣ ବର୍ଣ୍ଣନା,
-ସୁଗ୍ରୀବ ଙ୍କ ବୈରାଗ୍ୟ,
-ବାଳି -ସୁଗ୍ରୀବ ଯୁଦ୍ଧ, ବାଳି ଉଦ୍ଧାର, ତାର ଙ୍କ ବିଳାପ,
-ସୁଗ୍ରୀବ ରାଜ୍ୟ ଅଭିଷେକ, ଅଙ୍ଗଦ ଙ୍କୁ ଯୁବରାଜ ପଦ,
ସୁନ୍ଦର କାଣ୍ଡ :-
-ହନୁମାନ ଙ୍କ ଲଙ୍କା ପ୍ରସ୍ଥାନ,
-ଲଙ୍କା ଦହନ ରୁ ଲଙ୍କା ରୁ ଫେରିବା ର ଘଟଣା କ୍ରମ ବର୍ଣ୍ଣନା କରିଥିଲେ |
କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମର ବାବା ବାଲୁଙ୍କେଶ୍ୱର ଦେବଙ୍କ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ନବାହ୍ନ ପରାୟଣ ଜ୍ଞାନଯଜ୍ଞ ମହୋତ୍ସବରେ ସଂମ୍ମାନିତ ଅତିଥି ଭାବେ ପୂର୍ବତନ ରେଳପଥ ମୁଖ୍ୟ ନିୟନ୍ତ୍ରକ ପଞ୍ଚାନନ ତ୍ରିପାଠୀ ଯୋଗ ଦେଇଥିଲେ |ଏଥି ସହିତ ଆଗାମୀ ଯୁବପିଢ଼ିଙ୍କୁ କଳା ଶିକ୍ଷା ଉଦେଶ୍ୟରେ ଏକ ଝୋଟି ପ୍ରତିଯୋଗିତା କରାଯାଇଥିଲା |ଏହି ପ୍ରତିଯୋଗିତାର ନିରୀକ୍ଷକ ଭାବେ ମଧୁସୂଦନ ମିଶ୍ର, ଶିକ୍ଷୟତ୍ରୀ ଉମାମଣୀ ମହାପାତ୍ର, ସୁଷମା ସୁନ୍ଦରୀ ତ୍ରିପାଠୀ, ପୁଷ୍ପାଞ୍ଜଳି ତ୍ରିପାଠୀ, ବିଜୟ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଆଗାମୀ ଦିନରେ କିଭଳି ଆହୁରି ଉତ୍ତମ କରିପାରିବେ ସେଥିପାଇଁ ଉପଦେଶ ପ୍ରଦାନ କରିଥିଲେ |ପ୍ରତିଯୋଗିତାରେ ସିନିଅର ଦଳର ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ସସ୍ମିତା ପଣ୍ଡା, ଦ୍ଵିତୀୟ ମାନସୀ ତ୍ରିପାଠୀ ହୋଇଥିବା ବେଳେ ଜୁନିଅର ଦଳ ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଶୁଭସ୍ମିତା ପଣ୍ଡା, ଦ୍ଵିତୀୟ ଲକ୍ଷ୍ମୀପ୍ରିୟା ଜେନା ଏବଂ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ ହରପ୍ରିୟା ପଣ୍ଡା |ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଵା ପ୍ରତିଯୋଗୀ ମାନଙ୍କୁ ସଭାପତି କୃଷଚନ୍ଦ୍ର ତ୍ରିପାଠୀ ଏବଂ ସମ୍ପାଦକ ଶରତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ |ନବାହ୍ନ ପରାୟଣ ଜ୍ଞାନଯଜ୍ଞ ମହୋତ୍ସବକୁ ସୂଚାର ରୂପେ ପରିଚାଳନାରେ ଗଗନ ସ୍ୱାଇଁ,ହରିବନ୍ଧୁ ପଣ୍ଡା,ପଦ୍ମଚରଣ ପଣ୍ଡା, ଜଗନ୍ନାଥ ପଣ୍ଡା,ଶିକ୍ଷକ ଅଜିତ ପାଣିଗ୍ରାହୀ, ବିପିନ ବିହାରୀ ତ୍ରିପାଠୀ, କଣ୍ଠଶିଳ୍ପୀ ଦିଲ୍ଲୀପ କୁମାର ପାଣିଗ୍ରାହୀ (ପଶାଣିଆ ),ବଗୁଲିଆ ରଣା ଏବଂ ବରପୁଟ ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ |