-
ନୂଆ ସରକାର ଗଠନ ଉପରେ ପାର୍ଟିର କେନ୍ଦ୍ରୀୟ ନେତୃତ୍ୱରେ କରିବେ ଚର୍ଚ୍ଚା
ଲକ୍ଷେ୍ମø, ଉତର ପ୍ରଦେଶରେ ଆଗକୁ ସରକାର ଗଠନର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କାର୍ଯ୍ୟବାହକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟ ଭାଜପାର ପ୍ରମୁଖ ନେତା ଆଜି ଦିଲ୍ଲୀରେ ରହିବେ । ସେ ସରକାର ଗଠନ ଉପରେ ପାର୍ଟିର କେନ୍ଦ୍ରୀୟ ନେତୃତ୍ୱରେ ଚର୍ଚ୍ଚା କରିବେ । ନେତୃତ୍ୱର ମୋହର ପରେ ଶପଥ ତାରିଖ ସ୍ଥିର ହେବ ।
ଭାଜପା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ରବିବାର ଦିନ ଦିଲ୍ଲୀ ଯିବେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ରାଷ୍ଟ୍ରୀୟ ମହାମନ୍ତ୍ରୀ ସଂଗଠନ ବିଏଲ୍ ସନ୍ତୋଷଙ୍କ ସହିତ ସାକ୍ଷାତ କରିବେ । ଏହାବ୍ୟତୀତ ରାଜ୍ୟ ପ୍ରଭାରୀ ରାଧାମୋହନ ସିଂହ, ରାଜ୍ୟ ଅଧ୍ୟକ୍ଷ ସ୍ୱତନ୍ତ୍ରଦେବ ସିଂହ, ରାଜ୍ୟ ମହାମନ୍ତ୍ରୀ ସଂଗଠନ ସୁନୀଲ ବଂଶଲ ମଧ୍ୟ ଦିଲ୍ଲୀ ଯିବେ ।