ଭୁୁବନେଶ୍ୱର, ଆଗାମୀ ୨ ଦିନ ପରେ ଦିନ ତାପମାତ୍ରା ଓଡ଼ିଶାର ଜିଲ୍ଲାଗୁଡିକରେ ୩ ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ଘଟିବାରେ ସମ୍ଭାବନା ରହିଛି । ଏହି କାରଣରୁ ୧୬ ଏବଂ ୧୭ ତାରିଖରେ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
କେନ୍ଦ୍ର ପକ୍ଷରୁ କୁହା ଯାଇଛି ଯେ – ଆଗାମୀ ୨ ଦିନ ପରେ ରାଜ୍ୟକୁ ପଶ୍ଚିମ -ଉତର ପଶ୍ଚିମ ଦିଗରୁ ଶୁଷ୍କ-ଉତପ୍ତ ବାୟୁ ପ୍ରବାହ ଶକ୍ତିଶାଳୀ ହେବ । ଏହି ସହିତ ସହ ଦିନ ତାପମାତ୍ରା ରେ ୩ ରୁ ୪ଡ଼ିଗ୍ରୀ ଯାଏଁ ବୃଦ୍ଧି ହୋଇ ପାରେ ।