କନ୍ଧମାଳ , ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଠିକଣା ସମୟରେ ଚିକିତ୍ସା ନମିଳିବାରୁ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।
ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଦୁତିମେଣ୍ଡି ପଞ୍ଚାୟତ ବୈଇକୁମ୍ପାରୁ ଶିଶୁଟି ଚିକିତ୍ସା ନିମନ୍ତେ ଫୁଲବାଣୀ ଚିକିତ୍ସାଳୟକୁ ଆଣିଥିଲେ ବାପା ଓ ମାଆ । ତିନିଦିନ ହେବ ଶିଶୁଟିର ପରିଶ୍ରା ହେଉନଥିଲା । ଡାକ୍ତର ଧନମଣି ପ୍ରଧାନ ଶିଶୁଟିକୁ ଦୂରରୁ ଦେଖି କିଛି ମେଡିସିନ୍ ଲେଖିଦେଇଥିଲେ । ଏହାପରେ ବାପା ଓ ମାଆ ଶିଶୁଟିକୁ ନେଇ ଘରକୁ ଫେରିଥିଲେ । କିନ୍ତୁ ଶନିବାର ସକାଳ ପୁଣିଥରେ ଶିଶୁକୁ ଆଣି ମେଡିକାଲରେ ଭର୍ତି କରିଥିଲେ । ହେଲେ ନର୍ସ ଡାକ୍ତରଙ୍କୁ ନଡାକି ନିଜେ ଦେଖି ୱାର୍ଡକୁ ପଠାଇଦେଇଥିଲେ । ଏହାର କିଛି ସମୟ ପରେ ଶିଶୁଟିର ମୃତ୍ୟୁ ହୋଇଥିଲା । ତୁରନ୍ତ ଚିକିତ୍ସା ନମିଳିବାରୁ ଶିଶୁଟିର ମୃତ୍ୟୁ ହୋଇଥିବା କହିଛନ୍ତି ପରିବାର ।