
କନ୍ଧମାଳ ,ଫୁଲବାଣୀ ପୌରପରିଷଦ ର ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜୋର ଧରିଥିବା ବେଳେ ଆଜି କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତାନନ୍ଦ ସାମନ୍ତ ଫୁଲବାଣୀ ପୌର ନିର୍ବାଚନ ପ୍ରଚାର ଆମ୍ବେଦକରଙ୍କ ପ୍ରତିମୂର୍ତିରେ ପୁଷମାଲ୍ୟର୍ପଣ କରି ଚାରି ନମ୍ବର ୱାର୍ଡରୁ ପ୍ରଚାର ଆରମ୍ଭ କରିଛନ୍ତି । ଚେରମେନ ପ୍ରାର୍ଥୀନୀ ପୁନମ କହଁର ଓ ଚାରି ନମ୍ବର ୱାର୍ଡ ମେମ୍ବର ପ୍ରାର୍ଥୀ ତ୍ରିଲୋଚନ କହଁର ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ସଂଖ୍ୟାଲଘୁ ସେଲର ରାଜ୍ୟ ସାଧାରଣ ସମ୍ପାଦକ ମହମ୍ମଦ ୟାସିନ ବେଗ ଏସ ସି ସେଲ ସଭାପତି ପଙ୍କଜ ବେହେରା ଜିଲ୍ଲା ସାଧାରଣ ସମ୍ପାଦକ କୋମଳ ବେହେରା ଛାତ୍ର ସଭାପତି ସୁନୀଲ ସେଠି ନଗର ସଭାପତି ସୁଧୀର କହଁର ସଂଖ୍ୟା ଲଘୁ ସେଲର ଜିଲ୍ଲା ସଂଯୋଜକ ପ୍ରସନ୍ନ ବିଶୋଇ ନାରୀ ନେତ୍ରୀ ଓ ବହୁ ସଂଖ୍ୟାରେ ନଗର ବିଜୁ ଜନତା ଦଳ କର୍ମକର୍ତା ଓ ଶତାଧିକ ଜନସାଧାରଣ ଓ ସମର୍ଥକ ଉପସ୍ଥିତ ଥିଲେ ।