ମାଲକାନଗିରି, ମାଲକାନଗିରି ଜିଲ୍ଲାର ମାଟେରୁ ଠାରେ ହେବାକୁ ଥିବା ଡାଲମିୟା ସିମେଣ୍ଟ କାରଖାନା ପାଇଁ ପ୍ରଶାସନ ପକ୍ଷରୁ ଜନଶୁଣାଣୀକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧ କରିଛନ୍ତି । ଆଜି ମାଲକାନଗିରି ସ୍ବାଗତ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ଶରତ ବୁରୁଦା, ସିପିଆଇଏମ୍ ଜିଲ୍ଲା ସମ୍ପାଦକ ବ୍ରଜ ମାଝୀ ଓ ଆଦିବାସୀ ନେତା ମାନେ କହିଛନ୍ତି ଯେ ବର୍ତ୍ତମାନ ନିର୍ବାଚନ ଆଚରଣବିଧି ଲାଗୁ ଥିଲା ବେଳେ ପୋଲିସ ପ୍ରସାସନ ଲଗାଇ ତରଭରିଆ ଭାବେ ଜନଶୁଣାଣୀ କରାଯାଉଛି । ଯାହାକି ଆଦିବାସୀ ପାଇଁ ଦୃଭାଗ୍ୟର କଥା ମାର୍ଚ୍ଚ ୧୨ ତାରିଖରେ ବ୍ଲକ ଅଧକ୍ଷ ନିର୍ବାଚନରେ ସ୍ଥାନୀୟ ରାଜ ନେତା ମାନେ ରହିବେ ନାହିଁ କି ପ୍ରଶାସନ ପକ୍ଷରୁ ଲୋକପ୍ରତିନିଧିଙ୍କୁ ସାମିଲ ହେବା ନେଇ ସୂଚନା ଦିଆଯାଇନି କେତେକ ଲୋକଙ୍କ ନାମରେ ମିଥ୍ଯା ମକଦମା ମଧ୍ୟ କରାଯାଇଛି ବୋଲି ଶ୍ରୀଯୁକ୍ତ ବୁରୁଦା ଗଣମାଧ୍ୟମ ଆଗରେ କହିଛନ୍ତି । ସଂପୃକ୍ତ ଅଞ୍ଚଳରେ ଗ୍ରାମସଭା ପଲ୍ଲୀ ସଭାରେ କାରଖାନା ନେଇ ପାସ୍ ହୋଇନି ତେଣୁ ଏ ଜନଶୁଣାଣୀ କମ୍ପାନୀକୁ ସାହାଯ୍ୟ କରିବାକୁ ହେଉଛି ଏହା ନିନ୍ଦନୀୟ ବୋଲି ବ୍ରଜ ମାଝି କହିଥିଲେ। ଏହି କାରଖାନାକୁ ବହୁ ଦିନ ହେଲା ସ୍ଥାନୀୟ ଆଦିବାସୀ ମାନେ ବିରୋଧ ଆନ୍ଦୋଳନ କରୁଥିବାରୁ ମାଟେରୁ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି ।