
ଭୁବନେଶ୍ୱର, ଚିଲିକା ବିଧାୟକ ଗାଡି ଚଢାଇବାରୁ ୨୨ ଜଣ ଆହତ ହେବା ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ ଏପରି ଦୁର୍ଭାଗ୍ୟଜନକ ଘଟଣା ଓଡିଶା ଇତିହାସରେ ପ୍ରଥମ । ଚିଲିକା ପାଇଁ ଏହା କଳା ଇତିହାସ ହୋଇ ରହିବ । ବିଧାୟକ ମଦ ପିଇ ଗାଡ଼ି ମଡ଼ାଇ ଦେଇଛନ୍ତି । ଲୋକଙ୍କ ଉପରେ ରାଗ ରଖି, ଡରାଇବା ପାଇଁ ଗାଡ଼ି ମଡ଼ାଇଛନ୍ତି । ଏଭଳି କାମ ସୁସ୍ଥ ମସ୍ତିସ୍କ ଥିବା ବ୍ୟକ୍ତିର କେବେ ହୋଇପାରେନା । ଏଭଳି ଲୋକର ସ୍ଥାନ ଜେଲ୍ ରେ । ଘଟଣାରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି ।