ଭୁବନେଶ୍ୱର, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ସାଧାରଣ ଲୋକଙ୍କ ଉପରେ ଗାଡି ଚଢାଇଦେବା ଘଟଣାକୁ ଅତ୍ୟନ୍ତ ହୀନ କାର୍ଯ୍ୟ ବୋଲି କହିଛନ୍ତି କଂଗ୍ରେସ । ଯଦି ବିଧାୟକ ନିଜେ ଗାଡ଼ି ଚଳାଇ ଏପରି କାର୍ଯ୍ୟ କରିଥିବେ , ତେବେ ତାହା ଅତ୍ୟନ୍ତ ସଙ୍ଗୀନ ଓ ଅକ୍ଷମଣୀୟ ବୋଲି କହିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ପଦ୍ମାକର ଗୁରୁ ।
ସେ କହିଛନ୍ତି ଯେ, ଆଇନ ଅନୁଯାୟୀ ଅବିଳମ୍ବେ ନିରପେକ୍ଷ ତଦନ୍ତ କରାଯାଉ । ଘଟଣାର ପର୍ଦ୍ଦାଫାସ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରନ୍ତୁ । କିନ୍ତୁ ଲୋକଙ୍କ ଆକ୍ରମଣରେ ବିଧାୟକ ଓ ପୋଲିସ ଲହୁଲୁହାଣ ହେବା ମଧ୍ୟ ଆଦୌ ଗ୍ରହଣୀୟ ନୁହେଁ । ଉଭୟ ଘଟଣାରେ ସଂପୃକ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଇ ଦଣ୍ଡିତ କରାଯାଉ । ରାଜନୀତିରେ ହିଂସା ଆଦୌ ଗ୍ରହଣୀୟ ନୁହେଁ । ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କଠୋର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି ।