
ଧର୍ମଶାଳା, ତ୍ରିସ୍ତରୀୟ ନିର୍ବାଚନ ଫଳାଫଳ ଘୋଷିତ ହୋଇ ସାରିଛି । ତାହା ପରେ ମଧ୍ୟ ଦଳ ଡିଆଁ ପର୍ବ ଲାଗି ରହିଛି । ଏହି ଦଳ ଡିଆଁ ପର୍ବକୁ ନେଇ ରାଜନୈତିକ ବିଶେଷଜ୍ଞମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯାଜପୁର ଜିଲା ଧର୍ମଶାଳା ବ୍ଲକ ପାଟପୁର ପଂଚାୟତର ନବ ନିର୍ବାଚିତ ସମିତି ସଭ୍ୟା ପ୍ରମିଳା ପାଣିଗ୍ରାହୀ ଚଳିତ ପଂଚାୟତ ନିର୍ବାଚନରେ ସମିତି ସଭ୍ୟା ପ୍ରାର୍ଥୀ ହୋଇ ବିଜେପିରୁ ବିଜୟ ଲାଭ କରିଥିଲେ । ତେବେ ଆଜି ସେ ବିଜେପି ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସେ ଧର୍ମଶାଳା ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ନିଜ ସମର୍ଥକଙ୍କ ଗହଣରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ତାଙ୍କୁ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ପୁଷ୍ପଗୁଚ୍ଛ ଓ ଦଳୀୟ ଉତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ । ଯାହାକୁ ନେଇ ଏବେ ଧର୍ମଶାଳାରେ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।