
ନୂଆଦି୍ଲ୍ଲୀ, ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ‘ସାହିତ୍ୟୋତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଗତକାଲି ଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଏହି ଉତ୍ସବକୁ ଭାରତର ସବୁଠୁ ସମାବେଶୀ ସାହିତ୍ୟ ଉତ୍ସବ ବୋଲି ବିବେଚନା କରାଯାଉଛି ।
ଏହି ଉତ୍ସବ ଉପଲକ୍ଷେ ରବିନ୍ଦ୍ର ଭବନ ଲନ୍ ଠାରେ ‘ଜନଜାତି ଲେଖକ ସମ୍ମିଳନୀ’ ଅନୁଷ୍ଠିତ ହୋଇଥିଲା, ଏଥିରେ ୨୪ଟି ଜନଜାତି ଭାଷାର ପ୍ରତିନିଧିତ୍ୱ ଦେଖିବାକୁ ମିଳିଥିଲା। ବିଶିଷ୍ଟ ବଲ୍ତି କବି ଶ୍ରୀ ଅଖୋନେ ଅଜଗର ଅଲି ବଶରତ ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ ।