ଧର୍ମଶାଳା,ଆଜି ବ୍ଲକ ସମିତି ଅଧ୍ୟକ୍ଷ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯାଜପୁର ଜିଲା ଧର୍ମଶାଳା ବ୍ଲକରୁ ୨ଥର ପାଇଁ ଅଧ୍ୟକ୍ଷ ହୋଇଛନ୍ତି ପ୍ରଭାତ କୁମାର ବଳନ୍ତରାୟ । ପ୍ରଭାତ ହେଉଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଭାଇ । ଯାହାକୁ ନେଇ ଆଜି ଧର୍ମଶାଳାରେ ବିଜୁ ଜନତା ଦଳ କର୍ମୀ ମହଲରେ ଆନନ୍ଦ ଖେଳିଯାଇଛି । ଏହି ସବୁର ସଫଳତା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓ ନିର୍ବାଚତ କରିଥିବା ସମସ୍ତ ସମିତିସଭ୍ୟସଭ୍ୟାମାନଙ୍କୁ ନୂତନ ଅଧ୍ୟକ୍ଷଭାବେ ନିର୍ବାଚିତ ହୋଇଥିବା ଶ୍ରୀ ବଳବନ୍ତରାୟ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି । ୧୯୬୦ ମସିହାରେ ଧର୍ମଶାଳା ବ୍ଲକ ପ୍ରତିଷ୍ଠା ହୋଇଥିବା ବେଳେ ଅଦ୍ୟବଧି ଆଜି ପର୍ଯ୍ୟନ୍ତ କେହି ଲଗାତାର ୨ୟ ଥର ପାଇଁ ବ୍ଲକ ଅଧ୍ୟକ୍ଷ ହୋଇ ନାହାନ୍ତି । ୨୦୧୭ରେ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବ୍ଲକ ଅଧ୍ୟକ୍ଷ ପଦରେ ପ୍ରଭାତ କୁମାର ବଳବନ୍ତରାୟ ଅବସ୍ଥାପିତ ହୋଇଥିଲେ । ୨୦୨୨ରେ ଏହି ପଦଟି ଅଣସଂରକ୍ଷିତ ଥିବାରୁ ଆଜି ଶ୍ରୀ ବଳବନ୍ତରାୟ ପୁନର୍ବାର ଅଧ୍ୟକ୍ଷ ପଦ ହାତେଇ ଇତିହାସ ରଚିଛନ୍ତି ।
ସେହିପରି ରସୁଲପୁର ବ୍ଲକରେ ଅରୁଣ କୁମାର ରାଉତ ବ୍ଲକ ଅଧ୍ୟକ୍ଷଭାବେ ନିର୍ବାଚିତ ହୋଇଛନ୍ତି । ସେ ଏସବୁର ଶ୍ରେୟ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ କୋରାଇ ବିଧାୟକ ଅଶୋକ ବଳଙ୍କୁ କୃତଜ୍ଞତା ଜଣାଇଛନ୍ତି । ତାଙ୍କର ବିଜୟକୁ ନେଇ ରସୁଲପୁର ବିଜୁ ଜନତା ଦଳର କର୍ମୀ ମହଲରେ ହସ ଉଲ୍ଲାସ ଖେଳିଯାଇଛି ।
ସେହିପରିଭାବେ ବରୀ ବ୍ଲକ ଅଧ୍ୟକ୍ଷ ପଦ ହାତେଇଛନ୍ତି ବିଶ୍ୱ ସମର୍ଥକ । ବିଶ୍ୱରଂଜନ ମଲ୍ଲିକଙ୍କ ସମର୍ଥକ ଅଶୋକ କୁମାର ଗେଡି ଆଜି ନିର୍ବାଚିତ ହୋଇଛନ୍ତି । ଯାହାକୁ ନେଇ ବରୀ ରଜନୀତି ସରଗରମ ହୋଇଉଠିଛି । ସମସ୍ତ ଶ୍ରେୟ ସେ ବିଶ୍ୱ ରଂଜନଙ୍କୁ ଦେଇଛନ୍ତି । ଆଗାମୀ ଦିନରେ ଲୋକଙ୍କ ପାଇଁ କାମ କରିବାକୁ ପ୍ରତିଶୃତି ଦେଇଛନ୍ତି ।
ଅନୁରୂପକଭାବେ ବଡଚଣା ବ୍ଲକରେ ବିଜୁ ଜନତା ଦଳର ସମର୍ଥକ ମିନତୀ ସେନାପତି ବ୍ଲକ ଅଧ୍ୟକ୍ଷାଭାବେ ନିର୍ବାଚିତ ହୋଇଛନ୍ତି । ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ସେ ସମସ୍ତ ଶ୍ରେୟ ଦେଇଛନ୍ତି । ଯାହାକୁ ନେଇ ଆଜି ବଡଚଣା ବିଜୁ ଜନତା ଦଳ କର୍ମୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।