
-
ଜଗଦେବଙ୍କ ବର୍ବର କାର୍ଯ୍ୟକୁ ନିନ୍ଦା କଲା ବିଜେଡି
ଭୁବନେଶ୍ୱର, ବିଜୁ ଜନତା ଦଳ ପକ୍ଷରୁ ଆଜି ବାଣପୁରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଘଟାଇଥିବା ବର୍ବର କାର୍ଯ୍ୟକୁ ବିଜେଡି ଦୃଢ ଭାବେ ନିନ୍ଦା କରୁଥିବା କହିଛନ୍ତି ଦଳୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଆଜି ଏଠାରେ ଡକ୍ଟର ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ଏବଂ ଏପରି ହିଂସାତ୍ମକ କାର୍ଯ୍ୟ ଆଶ୍ଚର୍ଯ୍ୟକର ଏବଂ ଦୁର୍ଭାଗ୍ୟଜନକ । ଆମେ ନିଶ୍ଚିତ ଯେ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଏବଂ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ତାଙ୍କର ଏପରି କାର୍ଯ୍ୟ ପାଇଁ ପୂର୍ବରୁ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା । ଏହି ଘଟଣାରେ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଆମେ ପ୍ରାର୍ଥନା କରୁଛୁ ।