ଭୁବନେଶ୍ୱର, ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦର୍ଜୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ତାଙ୍କର ସମ୍ବଲପୁର ଜିଲ୍ଲାର ବୁର୍ଲା କର୍ପୋରେଟ୍ ଅଫିସ୍, ବାସଭବନ ସମେତ କେତେକ ସ୍ଥାନରେ ଏକକାଳୀନ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଚଢ଼ାଉ ହେଉଛି । ଜଣେ ଡିଏସପିଙ୍କ ସମେତ, ଛଅ ଜଣ ଇନ୍ସପେକ୍ଟର, ଦୁଇ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀଙ୍କ ଦ୍ୱାରା ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ୩ଟି ସ୍ଥାନରେ ଏକକାଳୀନ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି । ଏଯାବତ୍ ସନ୍ତୋଷଙ୍କ ଘରୁ ନଗଦ ୬ ଲକ୍ଷ ୨୮ ହଜାର ଟଙ୍କା ଜବତ ହୋଇଥିବାର ସୂଚନା ମିଳିଛି । ଚଢାଉ କାର୍ଯ୍ୟ ଜାରୀ ରହିଛି ।