-
ମୁଖ୍ୟ ଶାସନ ସଚିବ କଲେ ଘୋଷଣା
ଭୁବନେଶ୍ୱର, ଚଳିତ ବର୍ଷ ଏପ୍ରିଲ ୨୯ ତାରିଖରୁ ମେ ୬ ତାରିଖ ଯାଏଁ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି । ଏହା ଫଳରେ ମେଟ୍ରିକ ପରୀକ୍ଷାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ ଦୂର ହୋଇଛି ।
ସେ କହିଛନ୍ତି ଯେ ଏଥର ମାଟ୍ରିକ୍ ପରୀକ୍ଷାଗୁଡ଼ିକ ପିଲା ପଢ଼ୁଥିବା ନିଜ ସ୍କୁଲରେ ଦେବେ । କିନ୍ତୁ, ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲର ଶିକ୍ଷକମାନେ ନିୟୋଜିତ ହେବେ । ଯେଉଁଠି ତାହା ସମ୍ଭବପର ହେବ ନାହିଁ ସେଠାରେ ପାଖ ସ୍କୁଲରେ ପିଲାମାନେ ପରୀକ୍ଷା ଦେବେ ।
ସେ ଆହୁରି କହିଛନ୍ତି ଯେ, ସମସ୍ତଙ୍କ ପାଇଁ ଅଫଲାଇନରେ ମାଟ୍ରିକ ପରୀକ୍ଷା ହେବ । ତିନୋଟି ରୂପରେ ପିଲାଙ୍କ ଖାତା ମୂଲ୍ୟାୟନ ହେବ । ସମେଟିଭ୍ ଆସେସମେଣ୍ଟ ୨ ପରୀକ୍ଷା ସବୁ ଛାତ୍ରଛାତ୍ରୀ ନିଜ ସ୍କୁଲରେ ଦେବେ । ଯଦି ଦରକାର ପଡେ ନିକଟତମ ସ୍କୁଲରେ ପିଲା ପରୀକ୍ଷା ଦେବେ । ଏନେଇ ମାଧ୍ୟମିକ ସ୍କୁଲ ଶିକ୍ଷା ପରିଷଦ ଗାଇଡଲାଇନ୍ ଜାରି କରିବେ । ଛାଚ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀ ଭଲ ମାର୍କ ରଖିବେ ସେହି ମାର୍କକୁ ଚୂଡାନ୍ତ କରାଯିବ । ପ୍ରଥମ ଦୁଇଟି ହେଉଛି ବିକଳ୍ପ ଓ ତୃତୀୟରେ ନୂଆ ପଦ୍ଧିତରେ ଫଳ ନିର୍ଦ୍ଧାରଣ ହେବ ।
ପ୍ରଥମ ପଦ୍ଧତିରେ ସମେଟିଭ୍ ଆସେସମେଣ୍ଟ୍ ୧ ଓ ଇଣ୍ଟରନାଲ ଆସେସମେଣ୍ଟକୁ ଦୁଇ ଗୁଣା କରି ଛାତ୍ରଛାତ୍ରୀଙ୍କ ମାର୍କ ବାହାରିବ । ଦ୍ୱିତୀୟ ପର୍ଯ୍ୟାୟରେ ସମେଟିଭ୍ ଆସେସମେଣ୍ଟ୨ ଆଧାରରେ ମାର୍କ ଦିଆଯିବ ।ସମ୍ମେଟିଭ୍-୨ ମାର୍କ ୨ ଗୁଣ କରି ହିସାବ କରାଯିବ । ୩ୟ ପଦ୍ଧତି ହେଉଛି ଇଣ୍ଟରନାଲ୍ ଆସେସ୍ମେଣ୍ଟର ୨୦% ସମ୍ମେଟିଭ୍-୧ରୁ ୩୦% । ତେବେ ସମ୍ମେଟିଭ୍-୨ରୁ ୫୦ ପ୍ରତିଶତ ନମ୍ୱର ନେଇ ମାର୍କିଂ କରାଯିବ । ବିଭିନ୍ନ ପରୀକ୍ଷା ଫଳ ମିଶାଇ ମାର୍କ ନିର୍ଦ୍ଧାରଣ କରାଯିବ । ଯେଉଁଥିରେ ଛ୍ରାଛାତ୍ରୀ ସର୍ବାଧିକ ନମ୍ବର ରଖିବେ ତାକୁ ହିଁ ଚୂଡାନ୍ତ ଫଳ ବୋଲି ଧରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ସେ କହିଛନ୍ତି ଯେ, ୨ ବର୍ଷ ହେଲା କରୋନା ମହାମାରୀ ଲାଗି ରହିଛି । । ଏହା ମାନସିକ, ଶାରୀରିକ ଓ ଅର୍ଥନୈତିକ ଶକ୍ତିକୁ ପ୍ରଭାବିତ କରିଛି ।ପାଠପଢାକୁ ମଧ୍ୟ ପ୍ରଭାବିତ କରିଛି । ଅନେକ ପିଲା ସ୍କୁଲ ଯାଇ ପାରିନାହାଁନ୍ତି । ଲକଡାଉନ୍ ଓ ସଟଡାଉନ୍ ପାଇଁ ସ୍କୁଲ ବନ୍ଦ ରହିଛି । ଅନେକ ମାନସିକ ଭାରସାମ୍ୟ ହରାଇଛନ୍ତି । ଗତବର୍ଷ କରୋନା ପାଇଁ ଦଶମ ଶ୍ରେଣୀ ପରୀକ୍ଷା ହୋଇପାରିନଥିଲା । ନୂଆ ମୂଲ୍ୟାୟନ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏବର୍ଷ ୨୦୨୧-୨୨ ଶିକ୍ଷାବର୍ଷରେ କିଛି ସ୍ଥିତି ସୁଧୁରିଛି ବୋଲି ସେ କହିଛନ୍ତି ।