
ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୧୦୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮୬୪୫୭ କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ କମ ୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୬୨୮୫ ହୋଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦୧୪ ରହିଛି ।
ଆଜି ଚିହ୍ନଟ ହୋଇଥିବା ୧୦୪ ଜଣଙ୍କ ମଧ୍ୟରୁ ୬୧ ଜଣ ସଂଗରୋଧରୁ ହୋଇଥିବା ବେଳେ ୪୩ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୧ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲାରୁ ସବୁଠାରୁ ଅଧିକ ୧୬ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳରୁ ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ବାଲେଶ୍ୱର ଜିଲ୍ଲାରୁ ୧୫ ଜଣ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବରଗଡ ଜିଲ୍ଲାରୁ ଓ ଭଦ୍ରକ ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ବଲାଙ୍ଗୀର ଜିଲ୍ଲାରୁ ୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାରୁ ୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରୁ ୨ ସଂକ୍ରମିତ ହୋଇଛନ୍ତି । ଦେବଗଡ ଜିଲ୍ଲାରୁ ୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନ ଥିବା ବେଳେ ଗଜପତି ଜିଲ୍ଲାରୁ ୧୩ ଜଣ ସଂକ୍ରମିତ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ଜଗତସିଂହପୁର ଜିଲ୍ଲାରୁ ୩, ଯାଜପୁରରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡ଼ା ଜିଲ୍ଲାରୁ ୨, କଳାହାଣ୍ଡି ଜିଲ୍ଲାରୁ ୧ ଜଣ ସଂକ୍ରମିତ ଚିହ୍ମଟ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରୁ ୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରୁ ୭ଜଣ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରୁ ୩ ସଂକ୍ରମିତ ଚିହ୍ନଟ ହୋଇ ଥିବା ବେଳେ ମାଲକାନଗିରି ଜିଲ୍ଲାରୁ ଜଣ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ମୟୂରଭଞ୍ଜ ଜିଲ୍ଲାରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁରରୁ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୟାଗଡ ଜିଲ୍ଲାରୁ ୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନୂଆପଡା ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ପୁରୀ ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ରାୟଗଡ଼ା ଜିଲ୍ଲାର ୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୋନପୁର ଜିଲ୍ଲାରୁ ୧. ସୁନ୍ଦରଗଡ଼ରୁ ୧୨, ଷ୍ଟେଟ୍ ପୁଲରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।