ଗଞ୍ଜାମ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆମ୍ବପୁଆ ପଚାଂୟତର ଏକାଦଶୀ ଗ୍ରାମର କୁନ୍ତୀ ସ୍ୱାଇଁ ନାମ୍ନୀ ଜଣେ ମହିଳା ବିଲକୁ ମୁଗ ଉପାଡିବାକୁ ଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଛି । ଆଖପାଖରେ ଥିବା ଲୋକମାନେ ମୃତ ମହିଳାଙ୍କ ଶବ ଘରକୁ ଆଣିଥିଲେ । ବିଦ୍ୟୁତ ବିଭାଗର ବେପରୁଆ କାମ ଯୋଗୁଁ ଏପରି ଦୁର୍ଘଟଣା ବାରମ୍ବାର ଘଟୁଥିବା ଅଂଚଳବାସୀ ଦାବି କରିଛନ୍ତି । ବଦ୍ୟୁତ ବିଭାଗ ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା ନକଲେ ଅଂଚଳବାସୀ ଆନ୍ଦୋଳନ ଧମକ ଦେବା ସହ ବିଦ୍ୟୁତ ବିଭାଗ ପକ୍ଷରୁ ତୁରନ୍ତ ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି ।
Related Stories
November 23, 2024
November 23, 2024
November 23, 2024