
ଭୁବନେଶ୍ୱର, ରାଜ୍ୟର ସମସ୍ତ ଗ୍ରାମ ପଂଚାୟତର ନାୟବ୍ ସରପଂଚ ପଦବୀ ନିମନ୍ତେ ମାର୍ଚ୍ଚ ମାସ ୧୧ ତାରିଖ (ଆସନ୍ତାକାଲି)ରେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ନିମନ୍ତେ ନିଯୁକ୍ତ ହୋଇଥିବା ନିର୍ବାଚନ ଅଧିକାରୀମାନେ ଶୁକ୍ରବାର ଦିନ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦେବେ ଓ ୧୧ଟାରୁ ୧୧.୩୦ ମିନିଟ୍ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଯାଂଚ କରାଯିବ ଏବଂ ମଧ୍ୟାହ୍ନ ୧୨ଟା ପୂର୍ବରୁ ପ୍ରାର୍ଥୀମାନେ ଚାହିଁଲେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ସେହିଦିନ ମଧ୍ୟାହ୍ନ ୧୨ଟାରୁ ୧ ଘଟିକା ପର୍ଯ୍ୟନ୍ତ ନାୟବ୍ ସରପଂଚ ପଦବୀ ନିମନ୍ତେ ଭୋଟଗ୍ରହଣ କରାଯିବ ଓ ମତଦାନ ପରେ ପରେ ମତଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।