
ମାଲକାନଗିରି, ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଜିଲ୍ଲାର ପ୍ରବେଶପଥରେ ଥିବା ଗୋବିନ୍ଦପାଲ୍ଲିର ବିଜୁ ପଟ୍ଟନାୟକ କଲେଜରେ ବର୍ଷ ବର୍ଷ ଧରି ଚାଲିଥିବା ଆର୍ଥିକ ଅନିୟମିତତା ଓ ଦୁର୍ନୀତି ବାବଦରେ ଗନ୍ଧମାର୍ଦ୍ଦନ ଟ୍ରଷ୍ଟ ର ସାଧାରଣ ସମ୍ପାଦକ ଓ ସେଇ କଲେଜର ଅଧ୍ୟାପକ ମାନଙ୍କ ପକ୍ଷରୁ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏ ବାବଦରେ ତଦନ୍ତ ପାଇଁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ ଜିଲ୍ଲା ଟ୍ରେଜେରି ଅଫିସର ଜଗଦ୍ଦିଶ ଶା ଙ୍କ ନେତୃତ୍ୱରେ ଏକ ତଦନ୍ତକାରୀ ଟିମ ଗଠନ କରାଯାଇ ଗତ କିଛି ମାସ ହେବ ତଦନ୍ତ କରି ଏଇ ସପ୍ତାହରେ ଉପଜିଲ୍ଲାପାଳ ତଥା କଲେଜ ପ୍ରଶାସନିକ ସମିତିର ସଭାପତି ଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି । ଟ୍ରେଜେରି ଅଫିସରଙ୍କ କହିବା ଅନୁସାରେ ଦୀର୍ଘ ବର୍ଷରେ ୨ ଓ ଡିଗ୍ରୀ ଉଭୟ କଲେଜର ଅଧ୍ୟକ୍ଷ ମାନେ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବାର ପ୍ରମାଣ ମିଳିଛି । ତେବେ ଆଗରୁ ବି ୨ ଅଧ୍ୟକ୍ଷ ସୁଜିତ ବୋଷ ଅନ୍ୟ ଅଭିଯୋଗ ସମୟରେ କଲେଜର ରେକର୍ଡ ପତ୍ର ଲୁଚେଇ ଫେରାର ହେବା ପରେ ୱରେଣ୍ଟ ହୋଇଥିଲା । ତେବେ ଆଇନର ଗଳାବାଟରେ ଖସି ପୁଣି ନିଜେ ଅଧ୍ୟକ୍ଷ ପଦ ମାଡି ବସିଥିଲେ । ସୁଜିତ ବୋଷ ଦୁର୍ନୀତି ଅଭିଯୋଗ ରେ ତିନି ବର୍ଷ ଧରି ନିଲମ୍ବିତ ବି ଥିଲେ । ସେହିପରି ଡିଗ୍ରୀ କଲେଜର ଅଧ୍ୟକ୍ଷ ନବୀନ କୁମାର ନାୟକ ଲକ୍ଷ ଲକ୍ଷ ଟଙ୍କା ଆଦିବାସୀ ପିଲାଙ୍କ ଠାରୁ ବିନା ରସିଦରେ ପ୍ରାକ୍ଟିକାଲ ଫି , ଶିକ୍ଷା ପ୍ରମାଣପତ୍ର ପାଇଁ ଟଙ୍କା ଆଦାୟ କରି ଆସୁଥିଲେ ଓ ବିଭିନ୍ନ ସମୟରେ ଆସୁଥିବା ସରକାରୀ ଅନୁଦାନ ଟଙ୍କା ହଡପ କରିଥିବାର ପ୍ରମାଣ ବି ମିଳିଛି । ସେହିପରି କଲେଜ ପରିଚାଳନା ସମିତିର ସଭାପତି ତଥା ଉପଜିଲ୍ଲାପାଳ ଙ୍କ ବିନା ଅନୁମୋଦନରେ କଲେଜ ପରିଚାଳନା ସମିତି ର ଟଙ୍କା ବାରମ୍ବାର ବ୍ୟାଙ୍କରୁ ଉଠେଇ ଖର୍ଚ୍ଚ କରିଥିବା ନିରପେକ୍ଷ ତଦନ୍ତରେ ପ୍ରମାଣ ମିଳିଛି ବୋଲି ଜିଲ୍ଲା ଟ୍ରେଜେରି ଅଫିସର ଜଗଦ୍ଦିଶ ଶା କହିଛନ୍ତି । ତେବେ ଏ ସଙ୍କ୍ରାନ୍ତରେ କଲେଜ ପରିଚାଳନା ସମିତିର ସଭାପତି ତଥା ଉପଜିଲ୍ଲାପାଳ ଏ ବାବଦରେ ନିର୍ବାଚନ ଯୋଗୁଁ ବ୍ୟସ୍ତ ଥିବାରୁ ତୁରନ୍ତ ପଦକ୍ଷେପ ନେଇ ପାରି ନାହାନ୍ତି ଓ ଠିକ ସମୟରେ ତଦନ୍ତ ରିପୋର୍ଟ କୁ ଆଧାର କରି ଉଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।
ତେବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଦିବାସୀ ପିଲାଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ସରକାରଙ୍କ ନାକ ତଳୁ ହଡପ କରୁଥିବା ଅଧ୍ୟକ୍ଷ ମାନଙ୍କର ସୁରକ୍ଷା ପଛରେ କିଏ ଅଛି ତାହା ଦେଖିବା କଥା । ୫ ଟି ରେ ଅଭିଯୋଗ ପରେ ଯଦି ଏଭଳି ଦୁର୍ନୀତି ଖୋର ଅଧ୍ୟକ୍ଷ ଙ୍କ ଉପରେ କୌଣସି କଡା ପଦକ୍ଷେପ ନିଆ ନଯାଏ ତେବେ ଶହ ଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ଭର କରୁଥିବା ଏ ଅନୁଷ୍ଠାନ ଓ ଉପଜିଲ୍ଲାପାଳଙ୍କ ଉପରୁ ଜନତାଙ୍କ ବିଶ୍ୱାସ ଉଠିଯିବ । ତେବେ ଉପଜିଲ୍ଲାପାଳଙ୍କ ଆଗାମୀ ପଦକ୍ଷେପ ଉପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ଭର କରେ ଓ ସେ କଣ ନେଉଛନ୍ତି ପଦକ୍ଷେପ ଦେଖିବାକୁ ରହିଲା ।