ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖା ଓ ଜାତୀୟ ସେବା ଯୋଜନା, ଶିକ୍ଷା ଶାସ୍ତ୍ରୀ ବିଭାଗ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପୁରୀ ମିଳିତ ଭାବେ ପାଳନ କରିଛନ୍ତି ଆନ୍ତର୍ଜାତିୟ ମହିଳା ଦିବସ । ଏହି ଅବସରରେ ମହାବିଦ୍ୟାଳୟ ଛାତ୍ରୀ ମାନଙ୍କ ପାଇଁ ପରିଷଦ ତରଫରୁ ଏକ ରକ୍ତ ହୀନତା ନିରୁପଣ ଓ ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ସମ୍ମାନନୀୟ କୁଳପତି ଡଃ ହରିହର ହୋତା ଉଦଘାଟନ କରିଥିଲେ ।ସମସ୍ତଙ୍କୁ ସ୍ୱାଗତ ପ୍ରଦାନ କରିଥିଲେ ଡ଼ଃ ଦେବାଶିଷ ତ୍ରିପାଠୀ। ଜିଲ୍ଲା ଉପମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦେବୀ ପ୍ରସାଦ ମହାପାତ୍ର ଏବଂ ଅନ୍ୟତମ ବିଷୟ ବିଶେଷଜ୍ଞ
ଆୟୁର୍ବେଦ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡାକ୍ତର ନାରାୟଣ ଚନ୍ଦ୍ର ଦାଶ ରକ୍ତହୀନତା ର ଶିକାର ହେଉଥିବା ମହିଳା ମାନଙ୍କ ପାଇଁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।
ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସଭାରେ ମହିଳା ମାନଙ୍କ ଖାଦ୍ୟ ପେୟ ଓ ସନ୍ତୁଳିତ ଜୀବନ ଶୈଳୀ ଉପରେ ଭାରତ ବିକାଶ ପରିଷଦ ର ପ୍ରାନ୍ତୀୟ ଉପାଧ୍ୟକ୍ଷ ସୁପ୍ରୀତି ରଥ ଶିକ୍ଷଣୀୟ ତଥ୍ୟ ପ୍ରଦାନ କରିଥିଲେ । ଶିକ୍ଷା ଶାସ୍ତ୍ରୀ ବିଭାଗର ପ୍ରାକ୍ତନ ଅଧ୍ୟକ୍ଷା ଡଃ ନିବେଦିତା କର, ଡଃ ପଲ୍ଲାସ ସାନ୍ତ୍ରା, ଡଃ ଶ୍ରୀ ନିବାସ ପଣ୍ଡା, ଡଃ ସନ୍ତୋଷ ଆଚାର୍ଯ୍ୟ, ଜାତୀୟ ସେବା ଯୋଜନା ସଂଯୋଜକ ଡକ୍ଟର ବସନ୍ତ ମିଶ୍ର ଭାରତ ବିକାଶ ପରିଷଦ ଦ୍ବାରା ଏତାଦୃଶ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିଥିଲେ । ଶିବିର ରେ ୧୪୭ ଜଣ ଛାତ୍ରୀ ଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲେ ନିଦାନ ଏ ପାଥୋଲ୍ୟାବ ର ଶ୍ରୀ ଅଭୟ ପ୍ରହରାଜ । ଯେଉଁମାନଙ୍କର ରକ୍ତ ହୀନତା ନିରୁପିତ ହେବ ସେ ସମସ୍ତଙ୍କ ନିମନ୍ତେ ଆଉ ଏକ ଶିବିର ରେ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଃଶୁଳ୍କ ଚିକିତ୍ସା ପ୍ରଦାନ କରାଯିବା ପାଇଁ ପରିଷଦ ତରଫରୁ କୁହାଯାଇଛି । ରକ୍ତହୀନତା ନିରାକରଣ ଶିବିର ସହିତ ପରିଷଦ ତରଫରୁ ଜାତୀୟ ସେବା ଯୋଜନା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟ ସେହି ସ୍ଥାନରେ ଆୟୋଜନ କରାଯାଇଥିଲା ସମୁଦାୟ ୫୭ ଜଣ ସ୍ବେଚ୍ଛାକୃତ ରକ୍ତଦାତା ଙ୍କ ମଧ୍ୟରୁ ୪୦ ଜଣ ମହିଳା ରକ୍ତଦାତା ରକ୍ତଦାନ କରି ଆନ୍ତର୍ଜାତିକ ମହିଳା ଦିବସ କୁ ସମ୍ମାନ ପ୍ରଦାନ କରିଥିଲେ । ଏହି ଶିବିରକୁ ମୋନାଲିସା ପଟ୍ଟନାୟକ ଙ୍କ ସଂଯୋଜନା ରେ ପରିଚାଳନା କରିଥିଲେ , ମମତା ପାତ୍ର, ଜୟନ୍ତୀ ମହାପାତ୍ର, ମୀରା ମହାରଣା, ଗୀତାଞ୍ଜଳି ସାମନ୍ତରାୟ, ସୁରେଖା ପଟ୍ଟନାୟକ, ଶିବ ଶଙ୍କର ବେହେରା, ବିଜୟଲକ୍ଷ୍ମୀ ଦାଶ । ଏ ସମସ୍ତ କାର୍ଯ୍ୟକ୍ରମ କୁ ଅଧ୍ୟକ୍ଷତା କରୁଥିବା ବିଶ୍ଵ ବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଏନ୍ ଆର୍ ଏସ୍ ତାତାଚାର୍ଯ୍ୟ ରକ୍ତଦାନ ସମ୍ବନ୍ଧରେ ଏକ ତାତ୍ବିକ ପ୍ରଶ୍ନ କରିଥିଲେ ଯେ ରକ୍ତରେ ସତ ରଜ ଓ ତମ ଗୁଣ କୁ ପରୀକ୍ଷା କଲାଭଳି କ’ଣ ଉପାୟ ଅଛି । ଏହା ଥିଲା ଏକ ନିରୁତର ପ୍ରଶ୍ନ । ଶେଷରେ ଶିକ୍ଷା ଶାସ୍ତ୍ରୀ ବିଭାଗ ର ଅଧ୍ୟକ୍ଷ ଶ୍ରୀ ଲାଷ୍ମୀଧର ପଣ୍ଡା ସମସ୍ତ ଛାତ୍ରଛାତ୍ରୀ, ବିଶ୍ଵ ବିଦ୍ୟାଳୟ ର କର୍ତ୍ତୃପକ୍ଷ, ଭାରତ ବିକାଶ ପରିଷଦ ର ସମସ୍ତ କର୍ମକର୍ତ୍ତା ଓ ନିଦାନ ଏ ପାଥୋଲ୍ୟାବ କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
Related Stories
November 22, 2024