
ଭୁୁବନେଶ୍ୱର, ଭୁବନେଶ୍ୱର ୪ନମ୍ବର ମାଛ ମାର୍କେଟରେ ୨ ବ୍ୟବସାୟୀଙ୍କ ମଧ୍ୟରେ ଝଗଡା ଯୋଗୁଁ ହଣାହଟା ହୋଇଛି । ଏଥିରେ ୨ଜଣ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ସେମାନଙ୍କ ନାମ ଜିତେନ୍ଦ୍ର ବେହେରା ଓ ନରେନ୍ଦ୍ର ବେହେରା ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ବୁଧବାର ସକାଳେ ମାଛ ମାର୍କେଟରେ ବେପାର ପାଇଁ ଭିଡି ଜମିଥିଲା । ତେବେ ମାଛ ବ୍ୟବସାୟକୁ କେନ୍ଦ୍ର କରି ଦୁଇ ବେପାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ବ୍ୟବସାୟୀଙ୍କୁ ମାଛ କଟା ପନିକିରେ ଆକ୍ରମଣ କରିଥିଲେ । ଫଳରେ ୨ଜଣ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ଆକ୍ରମଣକାରୀ ମାଛ ବେପାରୀ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହ୍ରଂଚି ତଦନ୍ତ ଆରମ୍ଭ କରିଛି ।