
ଭୁବନେଶ୍ୱର,ନିଶା ମାଫିଆ ଅନୀଲ କୁମାର ପାଣ୍ଡିର ପୁଣି ୨୫ ଲକ୍ଷ ଟଙ୍କାର ସମ୍ପତିକୁ ବାଜ୍ୟାପ୍ତ କରିବା ପାଇଁ କୋଲକାତା ସ୍ଥିତ ଏନଡିପିଏସଙ୍କୁ ପତ୍ର ଲେଖିଛନ୍ତି କ୍ରାଇମବ୍ରାଂଚ୍ ଏସଟିଏଫ । ଜବତ ସମ୍ପତି ଭିତରେ ୨ଟି ଦାମୀ ଗାଡି ରହିଛି ।
ଦୁଇ ଦିନ ତଳେ ଅନୀଲ କୁମାର ପାଣ୍ଡିର ୨ କୋଟି ଟଙ୍କା ମୂଲ୍ୟର ସମ୍ପତିକୁ ବାଜ୍ୟାପ୍ତ କରିବା ପାଇଁ କୋଲକାତା ସ୍ଥିତ ଏନଡିପିଏସଙ୍କୁ ପତ୍ର ଲେଖିଥିଲା କ୍ରାଇମବ୍ରାଂଚ୍ ଏସଟିଏଫ । ତାହାର ଏହି ୨ କୋଟିର ସମ୍ପତି ଭିତରେ ରହିଛି ୩ ମହଲା ବିଶିଷ୍ଟ ଏକ ବିଳାସପୂର୍ଣ୍ଣ ଘର । ଏହି କୋଠାର ଦାମ ୧ କୋଟି ୫୦ ଲକ୍ଷ ଟଙ୍କା ହେବ । ଏହା ସହ ଅନୀଲର ୩୩ଟି ପ୍ଲଟ ଓ ବ୍ୟାଙ୍କ ଜମା ରହିଥିବା ଜଣାଯାଇଛି । ଗୁଜୁରାଟ ଓ ମହାରାଷ୍ଟ୍ରରେ ତାହାର ସମ୍ପତି ଥିବାର ସୁରାକ ମିଳିଛି ।