
-
ଧରାପଡ଼ିବା ଭୟରେ ତାଲା ଖୋଲିଲେନି ବାପା-ପୁଅ, କବାଟ ଭାଙ୍ଗି ଘରେ ପଶିଲା ଭିଜିଲାନ୍ସ
ଭୁୁବନେଶ୍ୱର, ଭିଜିଲାନ୍ସ ପକ୍ଷରୁ ବୁଧବାର ଦିନ ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନ ଉପରେ ଚଢାଇ କରା ଯାଇଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଜଣେ ଅତିରିକ୍ତ ଏସପି, ୪ ଜଣ ଡ଼ିଏସପି ଓ ୧୦ ଜଣ ଇନ୍ସପେକ୍ଟରଙ୍କୁ ନେଇ ଗଠିତ ଟିମ ଏବେ ଚଢ଼ାଉ ଜାରି ରଖିଛନ୍ତି । ତାଙ୍କ ଘରୁ ନଗଦ ୧୬ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଛି ।
ଆଜି ଯେତେବେଳେ ଭିଜିଲାନ୍ସ ଟିମ ଚଢ଼ାଉ କରିବାକୁ ପହଂଚିଥିଲେ, ଜଗନ୍ନାଥ ସେଠୀ ଓ ତାଙ୍କ ପୁଅ ଭିତରୁ କବାଟ ଦେଇ ଖୋଲିନଥିଲେ । ଭିଜିଲାନ୍ସ ଟିମ ବାଧ୍ୟ ହୋଇ କବାଟ ଭାଙ୍ଗି ଘରେ ପଶିଥିଲା । ଭିଜିଲାନ୍ସକୁ ସହଯୋଗ ନ କରିବା ନେଇ ମଧ୍ୟ ମାମଲା ରୁଜୁ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆ ଯାଇଛି ।
ବ୍ରହ୍ମପୁର ବ୍ୟତୀତ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ଅନ୍ୟ ସ୍ଥାନ ସହ ପୈତୃକ ବାସଭବନ, ଅଫିସରେ ମଧ୍ୟ ଚଢ଼ାଉ ଜାରି ରହିଛି।