ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ହେବାକୁ ଥିବା ଛତ୍ରପୁର, ଗୋପାଳପୁର ଓ ଆସିକା ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମୟ, ସ୍ଥାନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନିର୍ଦ୍ଧାରଣ ପାଇଁ ଆଲୋଚନା ହୋଇଥିଲା।ଉତ୍ସବରେ ଜିଲ୍ଲାର ବିଭିନ୍ନ ଲୋକକଳା ପ୍ରଦର୍ଶନ, ମହିଳା ସଶକ୍ତିକରଣ ଏବଂ ଟ୍ରାଫିକ୍ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ଗୋପାଳପୁର ମହୋତ୍ସବ ପାଇଁ ଗୋପାଳପୁରର ବିଧାୟକ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ଲୋକକଳା ମହୋତ୍ସବ ପାଇଁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଆସିକା ମହୋତ୍ସବ ପାଇଁ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ସଭାପତିତ୍ୱରେ ମହୋତ୍ସବ ପାଇଁ ବୈଠକ ଅନୁଷ୍ଠିତ ହାଇଥିଲା । ଗୋପାଳପୁର ମହୋତ୍ସବରେ ଜିଲ୍ଲା, ରାଜ୍ୟ ତଥା ଦେଶର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ଜନ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ବ୍ୟବସ୍ଥା ସୁଚାରୁରୂପେ ସମ୍ପାଦନ କରିବା, କାର୍ଯ୍ୟକ୍ରମ କିଭଳି ସୁନ୍ଦର ଭାବେ ପରିଚାଳିତ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ଜିଲ୍ଲାପାଳ କହିଥିଲେ। ବୈଠକରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଗୋପାଳପୁର ବିଧାୟକ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ବ୍ରହ୍ମପୁର ଆରକ୍ଷୀ ଅଧକ୍ଷ ଶ୍ରୀ ପିନାକ ମିଶ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ସହ ଜିଲ୍ଲାର ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
Related Stories
October 25, 2024