କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମର ବାବା ବାଲୁଙ୍କେଶ୍ୱର ଦେବଙ୍କ ପ୍ରାଙ୍ଗଣରେ ପ୍ରତି ବର୍ଷ ପରି ଚଳିତ ବର୍ଷ ସାକେତ ସତସଙ୍ଗ ସାଂସ୍କୃତିକ ପରିଷଦ ତରଫରୁ ୪୨ ତମ ନବାହ୍ନ ପରାୟଣ ଜ୍ଞାନଯଜ୍ଞ ମହୋତ୍ସବ ଆରମ୍ଭ ହୋଇଛି |ପରିଷଦର ସଭାପତି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଦ୍ୱାରା ଅୟମାରମ୍ଭ କରାଯାଇଥିଲା |ନବ ଦିନାତ୍ମକ ପରାୟଣ ଜ୍ଞାନଯଜ୍ଞର ପ୍ରଥମ ଦିବସରେ ମଙ୍ଗଳ ଆଳତି ଏବଂ ହନୁମାନ ଚାଳିଶା ପାଠ ପରେ ପୁରୀର ପ୍ରବକ୍ତା ବ୍ରହ୍ମଚାରୀ ପ୍ରଭୁପାଦ ରଥ ସତସଙ୍ଗ ମାହାତ୍ମ୍ୟ ଓ ଶିବ ବିବାହ ପ୍ରସଙ୍ଗ ବ୍ୟାଖ୍ୟା କରିଥିଲେ |ନବାହ୍ନ ପରାୟଣ ଜ୍ଞାନଯଜ୍ଞର ବ୍ୟାସ ମହନ୍ତ ଶ୍ରୀ ଦାମୋଦର ଦାସ ମହାରାଜ ଏବଂ ପୂଜା ଓ ଯଜ୍ଞର ମୁଖ୍ୟ ପୁରୋହିତ ପଣ୍ଡିତ ନିରଞ୍ଜନ ମିଶ୍ର ଥିଲେ |
ଶ୍ରୀଯୁକ୍ତ ସୁଦର୍ଶନ ଦାସ,ପ୍ରଧାନ ଶିକ୍ଷକ,ବ୍ରହ୍ମପୁରା ସଂମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ |
ଏଥି ସହିତ ସାକେତ ସତସଙ୍ଗ ସାଂସ୍କୃତିକ ପରିଷଦର ପ୍ରତିଷ୍ଠାତା ସ୍ବର୍ଗତ ଦୁର୍ଗା ଚରଣ ପ୍ରଧାନଙ୍କ ଉଦେଶ୍ୟରେ ପରିଷଦ ତରଫରୁ ନୀରବ ପ୍ରାର୍ଥନା କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶରତ କୁମାର ଦାସ, ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ହରିବନ୍ଧୁ ପଣ୍ଡା,ସମାଜ ସେବୀ ପଦ୍ମ ଚରଣ ପଣ୍ଡା, ବ୍ୟାଙ୍କ ମ୍ୟାନେଜର ଶରତ କୁମାର ପଣ୍ଡା, ବ୍ୟବସାୟୀ କୈଳାଶ ଚନ୍ଦ୍ର ପଣ୍ଡା, ସମାଜ ସେବୀ ଜଗନ୍ନାଥ ପଣ୍ଡା, ଶିକ୍ଷକ ବିଜୟ କୁମାର ମହାନ୍ତି ସହିତ ବରପୁଟ ଗ୍ରାମପଞ୍ଚାୟତର ଶ୍ରାଦ୍ଧଳୁ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |