
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ନିର୍ବାଚନ ପାଇଁ ଗତକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ବିଜେପିର ଜଣେ କର୍ପୋରେଟର ପ୍ରାର୍ଥୀ ହଠାତ୍ ଉଭାନ୍ ହୋଇଯାଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ସହରର ବିଜିପୁର ୨୫ ନଂ ୱାର୍ଡ଼ଟି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏହି ୱାର୍ଡ଼ ପାଇଁ ବିଜେପି ପକ୍ଷରୁ ସନ୍ତୋଷୀ ଦାଶଙ୍କୁ କର୍ପୋରେଟର ପ୍ରାର୍ଥୀ କରାଯାଇଥିଲା । ତେବେ ନାମାଙ୍କନ ପାଇଁ ଫର୍ମ ପୂରଣ ସହ ସତ୍ୟପାଠ ଆଦି ପ୍ରସ୍ତୁତ ହୋଇଥିଲା । ତେବେ ନିର୍ବାଚନ ଅଧିକାରୀଙ୍କ ଦତ୍ପରକୁ ଯିବା ପୂର୍ବରୁ ପ୍ରାର୍ଥିନୀ ହଠାତ୍ କେଉଁଆଡେ ଉଭାନ୍ ହୋଇଯାଇଥିଲେ । ଉଭାନ୍ ହୋଇଥିବା ପ୍ରାର୍ଥିନୀ ଜଣକ ସ୍ୱଇଚ୍ଛାରେ ଖସି ଯାଇଛନ୍ତି ନା କୌଣସି ରାଜନୈତିକ ଦଳର ଚାପରେ ନାମାଙ୍କନରୁ ନିବୃତ ରହିଛନ୍ତି । ତାକୁ ନେଇ ସହରରେ ଚର୍ଚ୍ଚା ଜୋର୍ ଧରିଛି ।